କଳାହାଣ୍ଡି ବିଶ୍ୱବିଦ୍ୟାଳୟ ତରଫରୁ ଯୁବ ରେଡ଼କ୍ରସ ତାଲିମ କାର୍ଯ୍ୟକ୍ରମ

ଭବାନୀପାଟଣା: କଳାହାଣ୍ଡି ବିଶ୍ବବିଦ୍ୟାଳୟଠାରେ ଯୁବ ରେଡ଼କ୍ରସ ତରଫରୁ ଅଣ-ତାଲିମ ପ୍ରାପ୍ତ ଯୁବ ରେଡ଼କ୍ରସ ପରାମର୍ଶଦାତା ମାନଙ୍କର ତିନି ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ. ସଞ୍ଜୟ କୁମାର ଶତପଥୀଙ୍କ ଦ୍ୱାରା ରେଡ଼କ୍ରସ ପତାକା ଉତ୍ତୋଳନ ପରେ ଉଦ୍ଘାଟନୀ ସଭା ଅନୁଷ୍ଠିତ ହେଇଥିଲା । ଏହି ସଭାର ସଭାପତିତ୍ୱ କରିଥିଲେ କୁଳସଚିବ ପିତାମ୍ବର ଭୋଇ । ସଭାରେ ପରାମର୍ଶଦାତା ଡ଼ଃ. ରାଧାରାଣୀ ନାୟକ ପ୍ରାରମ୍ଭିକ ସୂଚନା ଦେଇ ଥିବାବେଳେ କାର୍ଯ୍ୟକ୍ରମ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ ଆବାହକ ସମ୍ପାଦକ ସଂଜୀବ କୁମାର ସାହୁ, ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ା, ଉପ କୁଳସଚିବ ଡ଼ଃ. ଜୟଦେବ ସାହୁ, ବୌଦ୍ଧ ଜିଲ୍ଲା ଆବାହକ ସମ୍ପାଦକ ପ୍ରବୀର କୁମାର ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ ଓ କୁଳପତି ରେଡ଼କ୍ରସର ଆଭିମୁଖ୍ୟ ଓ ବାର୍ତ୍ତା ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଶୁଭଲକ୍ଷ୍ମୀ ଦାସ, କିଶୋର ଘଡେ଼ଇ, ବିକାଶ ଦାସ, ଦୀପକ କୁମାର ପ୍ରଧାନ, ଆଦିତ୍ୟ ନାରାୟଣ ପ୍ରଧାନ, ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, ସାକ୍ଷୀ ପାଢ଼ୀ, ଅପର୍ଣ୍ଣାରାଣୀ ସାହୁ, ଶ୍ରାବଣୀ ବାନାର୍ଜୀ, ତନୁଜା ସାହୁ, ଯଶୋବନ୍ତ ସିଂ ନାଏକ ପ୍ରମୁଖ ଯୁବ ରେଡକ୍ରସ ସ୍ବେଛାସେବୀ ସକ୍ରିୟ ସହଯୋଗ କରିଥିଲେ । ବିଶେଷଜ୍ଞ ପ୍ରବୀର କୁମାର ଦାସ, ଡ଼ଃ. ଜୟନ୍ତୀବାଳା ନାୟକ ଓ ଡ଼ଃ. ରାଧାରାଣୀ ନାୟକ ରେଡକ୍ରସର ଇତିହାସ, ରକ୍ତଦାନର ମହତ୍ତ୍ୱ ଓ ସଡ଼କ ସୁରକ୍ଷା ବିଷୟରେ ତାଲିମ ପ୍ରଦାନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.