ପାଚିକା ଓ ସହାୟିକା ମହାସଂଘର ଧର୍ମଘଟ

● ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବୀପତ୍ର ପ୍ରଦାନ

ଗୁଣପୁର: ଦକ୍ଷିଣ ଓଡିଶା ପାଚିକା ଓ ସହାୟିକା ମହାସଂଘ (ଏଆଇସିସିଟିୟୁ) ତରଫରୁ ବିଭିନ୍ନ ଦାବୀନେଇ ଧର୍ମଘଟ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଆଇସିସିଟିୟୁ ସଭାପତି ମୁନି ଶବର ଏବଂ ଉପଦେଷ୍ଟା ତ୍ରିପତି ଗୋମଙ୍ଗଙ୍କ ନେତୃତ୍ୱରେ ଗୁଣପୁର ବାଇପାସ୍ ଛକ ଠାରୁ ସଂଘର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଏକ ଶୋଭାଯାତ୍ରା ବାହାରି ବ୍ଲକ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ବିଡ଼ିଓଙ୍କୁ ୧୦ ଦଫା ଦାବୀପତ୍ର ପ୍ରଦାନ କରାଯାଇଥିଲା।

Omkar Vasthu
Omkar Vasthu


ମହାସଂଘର ଦାବୀ ହେଉଛି – ସମସ୍ତ ସ୍କିମ ୱର୍କରସ ପାଚିକା ଓ ସହାୟିକା ଆଶା କର୍ମୀସଓ ଅଙ୍ଗନଓ୍ବାଡି କର୍ମୀ ମାନଙ୍କୁ ସୁରକ୍ଷା, ବିଧବା ଭତ୍ତା, ବୀମା ଏବଂ କ୍ଷତିପୂରଣ ଦେବା। ଶ୍ରମିକ ଭାବରେ ଯୋଜନା କର୍ମଚାରୀମାନଙ୍କୁ ନିୟମିତ କରିବା ପାଇଁ ୪୫ ଏବଂ ୪୬ତମ ଆଇଏଲସି ର ସୁପାରିଶକୁ କାର୍ଯ୍ୟକାରୀ କରିବା। ସର୍ବନିମ୍ନ ମଜୁରୀ ମାସିକ ୨୧,୦୦୦ ଟଙ୍କା ଏବଂ ପେନସନ ମାସକୁ ୧୦,୦୦୦। ସମସ୍ତ ଯୋଜନା କର୍ମଚାରୀଙ୍କୁ ଇଏସଏଫ ଏବଂ ଫିଏଫ ପ୍ରଦାନ କରାଯିବା। ଶ୍ରମ ବିରୋଧୀ ସଂକେତଗୁଡିକ ପ୍ରତ୍ୟାହାର କରିବା।

Pearl dental clinic
Near Ashish Medical Store, Bhawanipatna


ଯୋଜନା କର୍ମଚାରୀମାନଙ୍କୁ ଶ୍ରମିକ ଭାବରେ ସ୍ୱୀକୃତି ଦିଆଯିବା। ଶ୍ରମିକ ଭାବେ ପୋର୍ଟାଲରେ ପଞ୍ଜୀକରଣ ନିଶ୍ଚିତ କରିବା। ପର୍ଯ୍ୟାପ୍ତ ବଜେଟ୍ ଆବଣ୍ଟନ ସହିତ ଆଇସିଡିଏସ, ଏନ୍ଏଚ୍ଏମ୍ ଏବଂ ଏମଡିଏମଏସ ପରି ସମସ୍ତ ସେବା ଯୋଜନାକୁ ସ୍ଥାୟୀ କରିବା। ସମସ୍ତଙ୍କୁ ପାଚିକା ଓ ସହାୟକା ମାନଙ୍କୁ କୋରନା ଭତ୍ତା ସହାୟତା କରିବା। ସ୍କିମୱର୍କରସ ମାନଙ୍କୁ ସରକାରଙ୍କ ଯୋଜନା ଲାଗୁ କରାଯିବା। ୪ଟି ଶ୍ରମ ଆଇନ ବାତିଲ କରିବା ଇତ୍ୟାଦି।

Udyog Nursery
Udyogi Nursery

ଗୁଣପୁର ଉପଖଣ୍ତ ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.