କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ଯୁବ ରେଡକ୍ରସ ପରାମର୍ଶଦାତା ତାଲିମ ଶିବିର ଉଦଜାପିତ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର) : କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଠାରେ ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ତରଫରୁ ଯୁବ ରେଡକ୍ରସ ପରାମର୍ଶଦାତାମାନଙ୍କ ପାଇଁ ତିନିଦିନ ଧରି ଆୟୋଜିତ ହୋଇଥିବା ତାଲିମ କାର୍ଯ୍ୟକ୍ରମ ଆଜି ଉଦଜାପିତ ହୋଇଯାଇଛି। କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ଯୁକ୍ତ ଦୁଇ ଓ ଯୁକ୍ତ ତିନି ମହାବିଦ୍ୟାଳୟର ପରାମର୍ଶଦାତାଙ୍କ ନିମିତ୍ତ ଆୟୋଜିତ ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମରେ ପଚାଶରୁ ଉର୍ଦ୍ଧ୍ବ ପରାମର୍ଶଦାତା ଯୋଗଦାନ କରିଥିଲେ।

Omkar Vasthu
Omkar Vasthu


ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ଶତପଥୀଙ୍କ ଦ୍ଵାରା ଉଦଘାଟିତ ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବରେ ବୌଦ୍ଧ ଜିଲ୍ଲା ଯୁବ ରେଡକ୍ରସ ଆବାହକ ସମ୍ପାଦକ ପ୍ରବୀର କୁମାର ଦାସ, ରେଡ଼କ୍ରସ ପରାମର୍ଶଦାତା ଡ଼ଃ. ରାଧାରାଣୀ ନାୟକ, ଜିଲ୍ଲା ବ୍ଲଡ଼ ବ୍ୟାଙ୍କ୍ ଅଧିକାରୀ ଡ଼ଃ. ଜୟନ୍ତୀଵାଳା ପଟ୍ଟନାୟକ, ଓଡିଶା ନାଗରିକ ସଂଘ ଭୁବନେଶ୍ୱର ସଭାପତି ଯନ୍ତ୍ରଣା ପରୀକ୍ଷିତ, ଡା. ରାଜଲକ୍ଷ୍ମୀ ପଣ୍ଡା, କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଶାନ୍ତନୁ କୁମାର ପରିଡା, ସୁବର୍ଣପୁରର ଦୁର୍ବିପାକ ମୁକାବିଲା ବିଶେଷଜ୍ଞ ଡ଼ଃ. ସତ୍ୟ ନାରାୟଣ ହୋତା, ଭେଷଜ ବିଶେଷଜ୍ଞ ଡ଼ଃ. ଦୀନବନ୍ଧୁ ସାହୁ ପ୍ରମୁଖ ଯୋଗଦାନ କରି ରେଡ଼କ୍ରସର ଇତିହାସ, ଆଭିମୁଖ୍ୟ, ବିକାଶ ଚିହ୍ନ, ନିୟମ ଓ ଶୃଙ୍ଖଳା, ସଡକ ସୁରକ୍ଷା, ରକ୍ତଦାନର ମହତ୍ତ୍ୱ, ପ୍ରାଥମିକ ସହାୟତା, ଯୁବ ରେଡକ୍ରସ୍ କାର୍ଯ୍ୟକ୍ରମ ,ବିପର୍ଯ୍ୟୟ ପରିଚାଳନା ଓ ଏଡସ ନିରାକରଣ ସଚେତନତା ଆଦି ପ୍ରସଙ୍ଗରେ ତିନିଦିନ ଧରି ଏହି ଆଲୋଚନା ଓ ତାଲିମ ପ୍ରଦାନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ଅବସରରେ ପ୍ରତ୍ୟହ ସକାଳେ ଯୋଗଶିକ୍ଷା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସାନ୍ଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଥମ ଦିନ ଅଧ୍ୟାପକ ପରମେଶ୍ୱର ମୁଣ୍ଡଙ୍କ ପରିଚାଳନାରେ କବିତା ପାଠୋତ୍ସଵ ଏବଂ ଦ୍ଵିତୀୟ ଦିନ ବିଶିଷ୍ଟ କଣ୍ଠଶିଳ୍ପୀ ସର୍ବେଶ୍ୱର ଭୋଇଙ୍କ ପରିବେଷିତ ସଙ୍ଗୀତ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କବି ଅଖିଳ ନାୟକ, ପ୍ରାବନ୍ଧିକ ଜୟଦେବ ସାହୁ, ଅଧ୍ୟାପକ ମହେଶ୍ୱର ଦୁରିଆ, ଗାଳ୍ପିକ ଡିଲେଶ୍ବର ରଣା, କବି ସୁଧୀର ଧଙ୍ଗଡାମାଝୀ ପ୍ରମୁଖ ଯୋଗଦେଇଥିଲେ। କଣ୍ଠଶିଳ୍ପୀ ସର୍ବେଶ୍ୱର ଭୋଇଙ୍କୁ କୁଳପତି ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ।


ଉଦଯାପନୀ ସଭାରେ କୁଳପତି ପ୍ରଫେସର ସଞ୍ଜୟ ଶତପଥୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ଶ୍ରୀଚନ୍ଦନ, ସମ୍ମାନୀତ ଅତିଥି ଭାବେ କୁଳସଚିବ ପିତାମ୍ବର ଭୋଇ, କଳାହାଣ୍ଡି ଯୁବ ରେଡକ୍ରସ ସଂଯୋଜକ ଶାନ୍ତନୁ ପରିଡା, ନୂଆପଡା ଯୁବ ରେଡ଼କ୍ରସ ସଂଯୋଜକ ଅଶ୍ୱିନୀ ଓତା, ବାଣିଜ୍ୟ ବିଭାଗ ମୁଖ୍ୟ ହଳଧର ସାହୁ, ଯୁବ ରେଡ଼କ୍ରସ ଆବାହକ ସମ୍ପାଦକ ସଂଜୀବ କୁମାର ସାହୁ ପ୍ରମୁଖ ଯୋଗଦାନ କରି ପରାମର୍ଶଦାତାମାନଙ୍କୁ ସାମାଜିକ ସେବାର ବାର୍ତ୍ତା ପ୍ରଦାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା ଓ ପରିଚାଳନା କରିଥିଲେ ଅଧ୍ୟାପିକା ଡ଼ଃ. ରାଧାରାଣୀ ନାୟକ ଏବଂ ଆବାହକ ସମ୍ପାଦକ ସଂଜୀବ କୁମାର ସାହୁ। ଏହି ତିନିଦିନିଆ କାର୍ଯ୍ୟକ୍ରମରେ ପରାମର୍ଶଦାତା ଭବାନୀ ଶଙ୍କର ପଣ୍ଡା, ସୁଧୀର କୁମାର ପଣ୍ଡା, ଶିବରାମ ସା, ଡ଼ଃ. ରଜନୀକାନ୍ତ ଜେନା ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.