ନିଖୋଜ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

● ଗୋଧସ ଜଳ ପ୍ରପାତରୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଘଟଣା

ନୂଆପଡା: ଗୋଧସ ଜଳ ପ୍ରପାତରୁ ଡେଇଁ ଆତ୍ମହତ୍ୟା କରିଥିବା ପ୍ରେମୀ ଯୁଗଳଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ସଦର ବ୍ଲକ ଧରମବନ୍ଧା ଥାନା ଭରୁଆମୁଣ୍ଡା ପଂଚାୟତର ଲୋଡ୍ରା ବନଖଣ୍ଡ ସ୍ଥିତ ଗୋଧସ ଜଳପ୍ରପାତର ଶୀର୍ଷରେ ଛିଡା ହୋଇ ଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସେଠାରେ ଏକ କେନ୍ଦୁ ଗଛ ରେ ଉଭୟ ଙ୍କର ପୋଷାକ, ଟର୍ଚ୍ଚ ଲାଇଟ ଓ ଘଣ୍ଟାକୁ ଟାଙ୍ଗି ଦେଇଥିଲେ। କିଛି ସମୟ ପରେ ହଠାତ ଜଳପ୍ରପାତ ଶୀର୍ଷରୁ ତଳକୁ ଡେଇଁ ପଡିଥିବାର ସ୍ଥାନୀୟ ଲୋକେ ଦେଖିଥିବାର ପ୍ରକାଶ କରିଛନ୍ତି। ତେବେ ଛତିଶଗଡ଼ର ପ୍ରେମୀ ଯୁଗଳ ଗୋଧସ ଜଳପ୍ରପାତର ଫୁଟ ଗଭୀର ଜଳ ଭିତରେ ନିଖୋଜ ହୋଇ ଯାଇଥିଲେ। ନିଖୋଜ ହେବା ପରେ ଧରମବନ୍ଧା ପୋଲିସ ଟିମଙ୍କ ଉପସ୍ଥିତିରେ ନୂଆପଡା ଅଗ୍ନିଶମ ବିଭାଗ ନିଖୋଜ ପ୍ରେମିଯୁଗଳଙ୍କୁ ଖୋଜା ଖୋଜି ଆରମ୍ଭ କରିଦେଇଥିଲା।

ପ୍ରକାଶ ଯେ ଦୀର୍ଘ ୩ଦିନ ର ଖୋଜାଖୋଜି ପରେ ଆଜି ଉଭୟଙ୍କ ମୃତ ଦେହ ଜଳପ୍ରପାତରୁ ଉଦ୍ଧାର ହୋଇଛି। ମୃତ ପ୍ରେମୀ ଯୁଗଳ ଛତିଶଗଡ଼ର ଗାରିଆବନ୍ଧ ଜିଲ୍ଲା ପିପଲଛେଣ୍ଡି ଥାନା ଥୁଆପାଣି ଗାଁର ଧନିରାମ ଅଁଟି ଓ ଦେମତି ସୋରି ବୋଲି ଜଣାପଡିଛି। ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଧରମବନ୍ଧା ଆଇ.ଆଇ.ସି ସଂଯୁକ୍ତା ବର୍ଲା ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.