ମା ଗର୍ଭରୁ ଜନ୍ମ ନେଲା ଅଦ୍ଭୁତ କନ୍ୟା ସନ୍ତାନ

କୋକସରା, (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଲପାଲି ପଞ୍ଚାୟତ ଡ଼ଙ୍ଗରିଗୁଡା ଗ୍ରାମର ପ୍ରଭାକର ଲହଜଳଙ୍କ ସ୍ତ୍ରୀ ରଜନୀ ଲହଜଳଙ୍କ ତୃତୀୟ ଗର୍ଭରୁ ଗୋଡ ବିହୀନ ଏକ ଅସମ୍ପୂର୍ଣ କନ୍ୟା ସନ୍ତାନ ଜନ୍ମ ନେଇଥିବା ଜଣାପଡିଛି। ସୂଚନାନୁସାରେ, ଶିଶୁଟି ଭବାନୀପାଟଣା ଜିଲ୍ଲା ଚିକିତ୍ସାଳୟରେ ଜନ୍ମ ହୋଇଥିଲା ବେଳେ ଡାକ୍ତର ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଶିଶୁର ଓଜନ ଠିକ ଥିବା ବେଳେ ଉଭୟ ମା ଓ ଶିଶୁ ମଧ୍ୟ ସୁସ୍ଥ ଥିବା ସୂଚନା ମିଳିଛି। ଏଭଳି ଅଦ୍ଭୁତ ଶିଶୁ କୁ ଦେଖିବା ପାଇଁ ଆଖ ପାଖ ଲୋକ ଭିଡ଼ ଯମୁଥିବାବେଳେ ଶିଶୁର ଭବିଷ୍ୟତ ଚିନ୍ତାରେ ପରିବାର ଲୋକ ଡୁବି ରହିଛନ୍ତି। ଭବିଷ୍ୟତ ରେ ଶିଶୁର ଯତ୍ନ ପାଇଁ ସରକାର ଓ ପ୍ରଶାସନିକ ସହଯୋଗ ପାଇଁ ପରିବାର ପକ୍ଷରୁ ନିବେଦନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.