ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ରକ୍ତଦାନ ଶିବିର

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଜାତୀୟ ସ୍ବେଛାକୃତ ରକ୍ତଦାନ ଦିବସ ଉପଲକ୍ଷେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ବିବେକାନନ୍ଦ ସାମଲ ଏବଂ ତାଙ୍କ ସମସ୍ତ କର୍ମକର୍ତାଙ୍କ ସହଯୋଗରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।


ଶିବିରକୁ ଏଡିଏମ୍ଓ ଚନ୍ଦ୍ରକାନ୍ତି ଆଚାର୍ଯ୍ୟ, ଜିଲ୍ଲା ସୂଚନା ଅଧିକାରୀ ମନୋଜ ବେହେରା, ସଦର ବ୍ଲକ ଉପଧ୍ୟକ୍ଷ ସଚ୍ଚିଦାନନ୍ଦ ମହାକୁଡ଼, ଏଡିଏମ୍ଓ ରାକେଶ ସାହୁ, ଡାକ୍ତର ଜୟନ୍ତୀବାଳା ନାୟକ, ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ଦାସ (ବାପି ) ଉଦଘାଟନ କରିଥିଲେ। ଏଥିରେ ଏଏନଏମ୍ କଲେଜର ପ୍ରିନସିପାଲ ତନ୍ମୟୀ ବେହେରା ଏବଂ ତାଙ୍କର ଛାତ୍ରୀଗଣ, ତଥା ରକ୍ତ ଭଣ୍ଡାରର ସରୋଜ ସାମନ୍ତ, ଅଜିତ ନାୟକ ଏବଂ ତାଙ୍କ ପତ୍ନୀ ନିରୁପମା ନାଏକ, ବନଜାବାସିନୀ ଦୁବେ, ସଦର ବ୍ଲକ ବିଜୁ ଛାତ୍ର ସଭାପତି ପ୍ରୀତମ ହୋତା ପ୍ରମୁଖ ରକ୍ତଦାନ କରିଥିଲେ।


ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି, ଲଳିତ କାନୁନଗୋ, ସ୍ୱାଧୀନ ପାତ୍ର, ହେମନ୍ତ ରାୟ, ମଧୁସୂଦନ ମହାପାତ୍ର, ସଞ୍ଜୟ ସିଂ,ବରିଷ୍ଠ ବିଜେଡି ନେତା ପ୍ରଦୀପ ମୁଣ୍ଡ, ଅମିତ ଯାଦବ, ସୀତାରାମ ନାୟକ, ଅନିଲ ନିଆଲ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ପ୍ରଦୀପ ଦାସ ସମସ୍ତଙ୍କୁ ଧନ୍ୟବାଦ ଜ୍ଞ୍ୟାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.