ଲାଞ୍ଜିଗଡ଼ ବ୍ଲକରେ ପ୍ଲାଷ୍ଟିକମୁକ୍ତ ସ୍ୱଚ୍ଛ ଭାରତ ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ

ଲାଞ୍ଜିଗଡ଼ (ଦୁଃଖିଶ୍ୟାମ ନାଗ): ଗାନ୍ଧୀ ଜୟନ୍ତୀ ଅବସରରେ ନେହେରୁ ଯୁବ କେନ୍ଦ୍ର ଓ ବିଶ୍ଵନାଥପୁର ଦୁର୍ଗାପୂଜା କମିଟି ଆନୁକୂଲ୍ୟରେ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ପ୍ଲାଷ୍ଟିକମୁକ୍ତ ସ୍ୱଚ୍ଛ ଭାରତ ଅଭିଯାନ ଆୟୋଜିତ ହୋଇଯାଇଛି। ବିଶ୍ଵନାଥପୁର କଲୋନୀପଡ଼ା ସ୍ଥିତ ମା ଠାକୁରଣୀ ଯୁବକ ସଂଘ କାର୍ଯ୍ୟାଳୟ ପରିସରରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଆୟୋଜିତ ଉଦଘାଟନୀ ଉତ୍ସବରେ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ଓ ଯୁବ ଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀ ଅତିଥି ଭାବେ ଯୋଗଦେଇ ସଚେତନତା ବାର୍ତ୍ତା ଦେବା ସହ ଅଭିଯାନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଉପସ୍ଥିତ ଯୁବକ ଯୁବତୀମାନେ ଅତିଥିଙ୍କ ସହ ସ୍ଵଚ୍ଛତା ଶପଥ ପାଠ କରିଥିଲେ।

ଦୁର୍ଗାପୂଜା କମିଟି ପକ୍ଷରୁ ଦୁର୍ଗା ମଣ୍ଡପଠାରେ ଗାନ୍ଧିଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଫେଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ନେହେରୁ ଯୁବ କେନ୍ଦ୍ର ଲାଞ୍ଜିଗଡ଼ ବ୍ଲକ୍ ଯୁବ ସଂଯୋଜକ ବିଭୂତି ଭୂଷଣ ଦୁର୍ଗା ଓ ଜିତେନ୍ଦ୍ର ନାଏକ ତଥା ଦୁର୍ଗାପୂଜା କମିଟି ସଭାପତି ମନୋରଞ୍ଜନ ବିଶି ଓ ସମ୍ପାଦକ ହରିହର କୁମାରଙ୍କ ନେତୃତ୍ୱରେ ବିଶ୍ଵନାଥପୁର ତଥା ବ୍ଲକର ବିଭିନ୍ନ ସ୍ଥାନରେ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏଥିରେ ହୀରାନୀଳା ଯୁବ କେନ୍ଦ୍ର, ଡିଜେ ରକ୍ ଗ୍ରୁପ, ମିଲପଡ଼ା ଯୁବକ ସଂଘ, ଯୁବଶକ୍ତି ସାଂସ୍କୃତିକ ଅନୁଷ୍ଠାନ, ଜୟ ଜଗନ୍ନାଥ ଗ୍ରୁପ୍, ମା ଠାକୁରଣୀ ଯୁବକ ସଂଘ ଆଦି ଅନୁଷ୍ଠାନ ସହଯୋଗ କରିଥିଲେ। ସ୍ବେଚ୍ଛାସେବୀ ପ୍ରଦୀପ ଘଡ଼େଇ, ଜଗଦୀଶ ବେନିଆଁ, ଅଚ୍ୟୁତ ଘଡ଼େଇ, ଧବଳେଶ୍ବର ଠେଲା, ତରୁଣ ଦାଶ, ଗଣେଶ୍ୱର ଠେଲା, ଭକ୍ତ ଗରଡିଆ, ଜିତେନ୍ଦ୍ର ନାଏକ, ଅକ୍ଷୟ ନାଏକ, କୁମୁଦ ବାଗ, ବବଲୁ ନାଏକ, ରିଙ୍କୁ ପ୍ରଧାନୀ, ସାଇକିରଣ ନାୟକ, ଆକାଶ ସାହୁ, ପିଣ୍ଟୁ ପ୍ରଧାନୀ, ସୌମ୍ୟ ରଞ୍ଜନ କର, ବଳଦେବ ହରିଜନ, ସଂଜୀବ ନାଏକ, ତ୍ରିଭୁବନ ଦଣ୍ଡସେନା, ଉଦ୍ଧବ ଘଡ଼େଇ, ଗଣେଶ ବେହେରା, ନୀର ରାଉତଙ୍କ ସମେତ ଶତାଧିକ ଯୁବକ ଯୁବତୀ ବିଶ୍ଵନାଥପୁର ୟୁପି ସ୍କୁଲ୍ ଛକରୁ ଡାକ୍ତରଖାନା ଯାଏଁ ଗ୍ରାମ୍ୟ ସଫେଇ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.