ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସଂଘର ବୈଠକ

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟର ଗୋଲ୍ଡେନ ଜୁବଲୀ ହଲରେ ପ୍ରାକ୍ତନ ଛାତ୍ର ସଂଘ ତରଫରୁ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଭି.ଆର. ରତ୍ନଶ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସର୍ବପ୍ରଥମେ ଅଶୋକ ସାହୁ ଅତିଥିମାନଙ୍କୁ ନିଜ ନିଜ ଆସନ ଅଳଙ୍କୃତ କରିବା ପାଇଁ ନିମନ୍ତ୍ରିତ କରିଥିଲେ । ପରେ ପୂର୍ବତନ ପ୍ରାଧ୍ୟପକ ଏଲ.ଏସ.ଏନ ଶର୍ମା ଅତିଥି ଭାବେ ଯୋଗ ଦେଇ ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟର ଭିତିଭୂମିକୁ ଆହୁରି ସୁଦୃୃୃଢ କରିବା ଦିଗରେ ସମସ୍ତ ପ୍ରାକ୍ତନ ଛାତ୍ର ସଂଘ ପକ୍ଷରୁ ସାହାର୍ଯ୍ୟ କରିବା ପାଇଁ ସେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସେହିପରି ଏନଏଏସି ସମନ୍ୱୟକାରୀ ଭାବେ ଡ଼.ଆର.କେ.ପଣ୍ଡିତ ତାଙ୍କ ସବିବେଶଷ ବିବରଣୀ ଉପସ୍ଥାପନା କରିଥିଲେ । ପ୍ରାକ୍ତନ ଛାତ୍ର ସଂଘର ସବିଶେଷ ବିବରଣୀକୁ ଆଲୁମିନି,ସମନ୍ୱୟକାରୀ ଭାବେ ଡ଼. ପି.କେ. ଗନ୍ତାୟତ ନିଜ ଅଭିଭାଷଣରେ ଆଲୋକପାତ କରାଇଥିଲେ ।


ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୫୦ଜଣ ପ୍ରାକ୍ତନ ଛାତ୍ର ଯୋଗଦେଇ ଏଭଳି ସଭାର ଆୟୋଜନକୁ ନେଇ ଆନନ୍ଦ ପ୍ରକାଶ କରିବା ସହ ରାୟଗଡା ସ୍ୱଂୟଶାସିତ ମହବିଦ୍ୟାଳୟର ଆହୁରି ବିକାଶ କ୍ଷେତ୍ରରେ ନିଜର ସହଯୋଗ ତଥା ସାହାର୍ଯ୍ୟ ପ୍ରଦାନ କ୍ଷେତ୍ରରେ ନିଜ ନିଜ ମତାମତ ଉପସ୍ଥାପନା କରିଥିଲେ । ଉକ୍ତ ସଭା କାର୍ଯ୍ୟରେ ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ଡି. ଏସ. ପିଲାଇ ଏବଂ ସ୍ୱର୍ଗତ ବି.ଭି. ସୁରନାରାୟଣା ଏବଂ କେତେକ ପୁରାତନ ଛାତ୍ରଙ୍କ ବିୟୋଗକୁ ନେଇ ସମସ୍ତ ସଭ୍ୟମାନେ ଶ୍ରଦ୍ଧାଂଜଳି ପ୍ରଦାନ ପୂର୍ବକ ଶୋକ ପ୍ରକାଶ କରି ଏକ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ସଭାକାର୍ଯ୍ୟକୁ ମହାବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତି ରତ୍ନଶ୍ରୀ ସୂଚାରୁ ରୂପେ ପରିଚାଳନା କରିଥିବା ବେଳେ କେ.ଶଶି ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.