ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦ ପକ୍ଷରୁ କବିତା ଆସର ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ସ୍ଥିତ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦ ପକ୍ଷରୁ ଆଭାଷୀ ମାଧ୍ୟମରେ “ମାଆ ଦୁର୍ଗତିନାଶିନୀ” ଶୀର୍ଷକ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଶିବ ସେଠୀ, ସମ୍ପାଦକ କବିସୌରଭ କୈଳାଶ ଚନ୍ଦ୍ର ବେହେରା, ସଭାପତି ବସନ୍ତ ପଣ୍ଡା, ସହ ସମ୍ପାଦକ ଅରୁନ୍ଧତୀ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ପ୍ରାୟ ୩୦ଜଣ ସାରସ୍ୱତ ସ୍ରଷ୍ଟାଙ୍କ ଉଜ୍ୱଳ ଭବିଷ୍ୟତ କାମନା ସହ ଶ୍ରେଷ୍ଠ ସ୍ଥାନ ଅଧିକାର ସ୍ୱରୂପ ମାନପତ୍ର ଦେଇ ଉତ୍ସାହିତ କରିଥିଲେ। ଏହି ସାରସ୍ୱତ ସ୍ରଷ୍ଟାଙ୍କ ମଧ୍ୟରେ କଳାହାଣ୍ଡିରୁ ନରେନ୍ଦ୍ର କଶ୍ୟପ, ମମତା ସାହୁ, ଅନ୍ତର୍ଯ୍ୟାମୀ ସାହୁ, କଟକରୁ ସାନୁଜ କୁମାର ବେହେରା, କୋରାପୁଟରୁ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ, ଭଦ୍ରକରୁ ପ୍ରଭାତ କୁମାର ମଲିକ, କନ୍ଧମାଳରୁ କୈଳାଶ ବେହେରା, ଯାଜପୁରରୁ ପ୍ରୀତିପର୍ଣ୍ଣା ଦାଶ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.