ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ: ଯୌତୁକ ହତ୍ୟା ଅଭିଯୋଗ ଆଣିଲେ ବାପଘରଲୋକ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଚପ୍ରିଆ ଗ୍ରାମରେ ଜଣେ ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ବେଳେ ବାପଘରଲୋକେ ଯୌତୁକ ହତ୍ୟା ଅଭିଯୋଗ ଆଣିଛନ୍ତି । ଅଭିଯୋଗରୁ ଜଣାଯାଏ ଯେ କେଗାଁ ଥାନା ପଦ୍ମପୁର ଗ୍ରାମର ଦୈତାରୀ ଚନ୍ଦନ ପାଞ୍ଚ ବର୍ଷ ତଳେ ନିଜ ଝିଅ ପ୍ରେମଶିଳା ଚନ୍ଦନକୁ ଚପ୍ରିଆ ଗ୍ରାମର କୁମର ଗହୀରଙ୍କ ପୁଅ ଖୀରସିନ୍ଧୁ ଗହୀରଙ୍କ ସହ ସାମାଜିକ ରୀତିନୀତିରେ ଅନୁସାରେ ବିବାହ କରାଇଥିଲେ । ଝିଅ ବିବାହ ପରଠାରୁ ନିଜ ସ୍ୱାମୀ ସହିତ ଶାଶୁ ଶଶୁରଙ୍କଠାରୁ ଅଲଗା ରହୁଥିଲା । ଅଲଗା ରହୁଥିଲେ ସୁଦ୍ଧା ଝିଅର ଶାଶୁ ଶଶୁର ଓ ତାର ସ୍ୱାମୀ ଅନେକ ସମୟରେ ସୁନା ଏକ ଭରି ଓ ଟଙ୍କା ଯୌତୁକରେ ମିଳିଲା ନାହିଁ ବୋଲି ଗାଳି ଗୁଳଜ କରିବା ସହିତ ତାର ସ୍ୱାମୀ ଅନେକ ସମୟରେ ମାଡ଼ ମଧ୍ୟ ମାରୁଥିଲା ।


ଆଜି ସକାଳ ସମୟରେ ଝିଅ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବାର ତା’ର ସ୍ୱାମୀ ଫୋନ କରି କହିଥିଲା । ପରିବାର ଲୋକେ ଚପ୍ରିଆ ତାଙ୍କ ଘରେ ଯାଇ ଦେଖିବା ସମୟରେ ଝିଅ ତଳେ ପଡିଥିବା ବେଳେ ତାର ପାଖରେ ଏକ ଶାଢି ଉପରେ ଝୁଲି ରହିଥିବା ଦେଖିବାକୁ ପାଇଥିଲେ । ଝିଅ ବର୍ତମାନ ପାଞ୍ଚ ମାସର ଗର୍ଭବତୀ ଥିବା ବେଳେ ସେ କିପରି ଓ କାହିଁକି ଆତ୍ମହତ୍ୟା କରିବ । ଶଶୁର ଘର ଲୋକେ ତାଙ୍କ ଝିଅକୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରି ଝିଅର ବାପା କେଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଅଭିଯୋଗକୁ ଭିକ୍ତି କରି ବର୍ତ୍ତମାନ କେଗାଁ ଥାନା ଦାୟିତ୍ୱରେ ଥିବା ଆଇଆଇସି ଯୁଗଳ ଶବର ଅତିରିକ୍ତ ତହସିଲଦାର ପ୍ରଭାସ ବୋଡାକଙ୍କ ସହିତ ଘଟଣାସ୍ଥଳରେ ସାଇିଫିକ ଟିମ ଜରିଆରେ ତଦନ୍ତ ଆରମ୍ଭ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.