କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଓଡିଶା ସାମ୍ବାଦିକ ୟୁନିୟନ ସହବନ୍ଧିତ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ (କେଡିୟୁଜେ) ପକ୍ଷରୁ ନର୍ଲା ବ୍ଲକ ରୁପ୍ରାରୋଡ ଅଗ୍ରସେନ ଭବନ ଠାରେ ଜାତୀୟ ପ୍ରେସ୍ ଦିବସ ପାଳନ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ସଭାପତି କମ୍ବୁପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରା, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ବିଜୟ ଦ୍ବିବେଦୀ, ଉଦଘାଟକ ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି,

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସମ୍ମାନୀତ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ବିଡ଼ିଓ ମାନସ ରଞ୍ଜନ ତ୍ରିପାଠୀ, ନର୍ଲା ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ନାଏକ, ଓଡିଶା ସାମ୍ବାଦିକ ୟୁନିୟନ ସମ୍ପାଦକ ଇଙ୍ଗିତ ପଣ୍ଡା, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂଦେଓ ପ୍ରମୁଖ ଉପସ୍ଥିତ ରହି ଜାତୀୟ ପ୍ରେସ ଦିବସ ଉପରେ ଆଲୋକପାତ କରିଥିଲେ।

Udyog Nursery
Udyogi Nursery


ଏହି ଅବସରରେ ଯୁବ ବୈଜ୍ଞାନିକ ସନ୍ତୋଷ କୁମାର କରଙ୍କୁ କଳାହାଣ୍ଡି ରତ୍ନ ସମ୍ମାନ, ଗିନିଜ ବୁକ୍ ଅଫ୍ ରେକର୍ଡସ୍ ଅଧିକାରୀ ପଞ୍ଚ୍ ମ୍ୟାନ ସତ୍ୟପୀର ପ୍ରଧାନଙ୍କୁ କଳାହାଣ୍ଡି ଗୈାରବ, ଶିକ୍ଷାବିତ କିଶୋର ଚନ୍ଦ୍ର ଭୋଇଙ୍କୁ କଳାହାଣ୍ଡି ଶିକ୍ଷା ଜ୍ୟୋତି, ସାମ୍ବାଦିକ ସୈ।ମ୍ୟ ରଞ୍ଜନ ଅଗସ୍ତିଙ୍କୁ କଳାହାଣ୍ଡି ଯୁବ ଜ୍ୟୋତି, ସାମ୍ବାଦିକ ହେମନ୍ତ କୁମାର ମାଝୀଙ୍କୁ କଳାହାଣ୍ଡି ଯୁବ ପ୍ରତିଭା ଏବଂ ସାମ୍ବାଦିକ ଅନନ୍ତ କୁମାର ପାଲଙ୍କୁ କଳାହାଣ୍ଡି ଯୁବ ପ୍ରଦୀପ ସମ୍ମାନରେ ସମ୍ମାନିତ କରାଯାଇଥିଲା।


ପ୍ରେସ୍ ଡେ ଅବସରରେ ଜିଲ୍ଲାର ୨୫ରୁ ଉର୍ଦ୍ଧ୍ବ ସାମ୍ବାଦିକ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନର ସଦସ୍ୟତା ଗ୍ରହଣ କରିଥିଲେ। ଏହି ସମାରୋହରେ ଜିଲ୍ଲାର ୧୩ଟି ଯାକ ବ୍ଲକର ସାମ୍ବାଦିକମାନେ ଉପସ୍ଥିତ ଥିଲେ। ଆୟୋଜକ ନର୍ଲା ସାମ୍ବାଦିକ ୟୁନିୟନର ବରିଷ୍ଠ ସଦସ୍ୟ ସୁନୀଲ କୁମାର ଧଙ୍ଗଡାମାଝୀ, ଦୀପକ ମହାନ୍ତି, ଅନୀଲ କୁମାର ଅଗ୍ରୱାଲ, ସୁମିତ କୁମାର ଶର୍ମା, ରଞ୍ଜନ କୁମାର ମହାନ୍ତି, ଚିନ୍ତାମଣି ନାଏକ ପ୍ରମୁଖ ସହଯୋଗ କରିଥିଲେ। କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନର ଉପସଭାପତି ଲିଙ୍ଗରାଜ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଅଭିରାମ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.