ଅଙ୍ଗନୱାଡି ନିଯୁକ୍ତିରେ ଅନିୟମିତତା ନେଇ ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କ ଅଫିସ ଘେରାଉ

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଓଡ଼ପୁର ଗ୍ରାମର ହରିଜନସାହି କେନ୍ଦ୍ରରେ ନୂତନ ଭାବେ ଗତ ୧୪.୦୭.୨୦୨୧ ରେ ଦଶମନ୍ତପୁର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ପକ୍ଷରୁ ଅଙ୍ଗନବାଡି ପଦବୀ ପାଇଁ ଏକ ଵିଜ୍ଞାପନ ପ୍ରକାଶ ପାଇଥିଲା। ହେଲେ ଗ୍ରାମରେ ଉକ୍ତ ଅଙ୍ଗନବାଡି କର୍ମୀ ପାଇଁ ଯୋଗ୍ୟ ଶିକ୍ଷିତ ଯୁବକ ଏବଂ ଯୁବତୀ ଥିବା ସତ୍ବେ କିପରି ବାହାର ଗ୍ରାମପଞ୍ଚାୟତରୁ ପାର୍ଥିଙ୍କୁ ଯୋଗ୍ୟ ବିବେଚିତ କରିଥିବା ଗ୍ରାମବାସୀ ଅଭିଯୋଗ କରିଅଛନ୍ତି। ଅଭିଯୋଗ ଅନୁସାରେ ଦଶମନ୍ତପୁର ବ୍ଲକ ଓଡ଼ପୁର ହରିଜନସାହି କେନ୍ଦ୍ରରେ ସମୁଦାୟ ୪ଜଣ ହରିଜନ ଏବଂ ଆଦିବାସୀ ଅଙ୍ଗନବାଡି କର୍ମୀ ପଦ ପାଇଁ ଆବେଦନ କରିଥିଲେ ଏବଂ ଉକ୍ତ ୪ଜଣ ଶିକ୍ଷିତ ଏବଂ ଯୋଗ୍ୟ ତାଲିକାରେ ଥିବା ଏବଂ ଉକ୍ତ ଓଡ଼ପୁର ଗ୍ରାମର ବାସିନ୍ଦା ମଧ୍ୟ ଅଟନ୍ତି। କିନ୍ତୁ ସେମାନଙ୍କୁ ହଟା ଯାଇ ସେମାନଙ୍କ ମଧ୍ୟରୁ ଜଣକୁ ହେଲେ ମଧ୍ୟ ଚୟନ କରା ନ ଯାଇ ଉକ୍ତ ଗ୍ରାମ ଠାରୁ ପ୍ରାୟ ୧୧-୧୨ କିମି ଦୂରରେ ଅବସ୍ଥିତ ମଇନାମାଳ ଗ୍ରାମର ଏକ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଅଛନ୍ତି। ଯାହାକି ଅଙ୍ଗନବାଡି କର୍ମୀ ପାଇଁ ବିଜ୍ଞାପନ ହୋଇଥିବା ପତ୍ର ସଂଖ୍ୟା ୨୩୧ ଅନୁଯାଇ ଅଯୋଗ୍ୟ ଅଟେ। ଏହାକୁ ନେଇ ଗ୍ରାମବାସୀଙ୍କ ଦାବି ଅନୁଯାଇ ଯଦି ଓଡ଼ପୁର ଗ୍ରାମର ସମୁଦାୟ ୪ଜଣ ନିଯୁକ୍ତି ଯୋଗ୍ୟ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରୁ ଯେ କୌଣସି ଜଣକୁ ଉକ୍ତ ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତି ଦିଆଯାଉ ସୂଚନା ଦେଇଅଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ଘଟଣାର ସତ୍ୟାସତ୍ୟ ତଦନ୍ତ କରି ଉଚିତ୍ ବ୍ୟକ୍ତିଙ୍କୁ ପଦବୀ ମିଳୁ ବୋଲି ସାଧାରଣରେ ଦାବି ହୋଇଅଛି। ଯଦି ସେମାନଙ୍କ ନ୍ୟାୟ ଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ଗ୍ରାମବାସୀ ସପରିବାର ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଦୃଢ ଦାବି ଉପସ୍ଥାପନ କରିଅଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.