ମୋଟେର ଡ୍ରାଇଭର ସଂଘର କର୍ମକର୍ତ୍ତା ଚୟନ

କୋକସରା, (ହିରଣ୍ୟ ବେହେରା): କୋକସରା ବ୍ଲକ ମୋଟେର ମଣ୍ଡି ପ୍ରାଙ୍ଗଣରେ ମୋଟେର ପଞ୍ଚାୟତ ସ୍ତରୀୟ ଡ୍ରାଇଭର ସଂଘର ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ଦୁଷ୍ମନ୍ତ ପଟ୍ଟଯୋଶୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ କୋକସରା ଡ୍ରାଇଭର ସଂଘ ଏଡ୍‌ମିନ ଚଇ ଗୋପାଳ, ଲୁଲୁ ଯାଦବ, ସଂଜୟ କୁମାର ଦାସ, ଦେବେନ୍ଦ୍ର ସାଗର, ଲାଲା ପଟ୍ଟନାୟକ, ବୃନ୍ଦାବନ ଦୁର୍ଗା ପ୍ରମୂଖ ଯୋଗଦେଇ ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଏହି ଅବସରେ ମୋଟେର ପଞ୍ଚାୟତ ସ୍ତରୀୟ ଡ୍ରାଇଭର ସଂଘର କର୍ମକର୍ତ୍ତା ଚୟନ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ସଭାପତି ଭାବେ ଦିଗାମ୍ବର ଦାସ ମନୋନୀତ ହୋଇଥିବାବେଳେ ଉପ ସଭାପତି ବାସୁଦେବ ହାତୀ, ସଂପାଦକ ପରମେଶ୍ୱର ପୂଝାରୀ, ସହ ସଂପାଦକ ସୁନୀଲ ପଟେଲ ଓ କେଷାଧ୍ୟକ୍ଷ ଭାବରେ ସୁଶୀଲ ପଟେଲ ମନୋନିତ ହୋଇଥିଲା। କାର୍ଯ୍ୟକ୍ରମକୁ ସୁଶୀଲ ପଟେଲ ପରିଚାଲନା କରିଥିଲେ। ଈଶ୍ୱର ବେହେରା, କ୍ରିଷ୍ଣା ଦୀପ କୃଷ୍ଣ ଚନ୍ଦ୍ର ଗହୀର, କମଳ ଦଳପତି, ସୁଶୀଲ ବେହେରା, ମହେନ୍ଦ୍ର ବେମାଲ, ସୁରେନ୍ଦ୍ର ଶବର, ଅମିତ ନାଏକ ସହଯୋଗ କରିଥିବାବେଳେ ବୈଠକରେ ବିଭିନ୍ନ ପଞ୍ଚାୟତରୁ ଶତାଧିକ ଡ୍ରାଇଭର ଯୋଗ ଦେଇଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.