ମହୁଆଭଟା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ 

ନୂଆପଡା,୩/୩ : ସ୍ଥାନୀୟ ମହୁଆଭାଟା ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଥର ପାଇଁ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ ।  ନୂଆପଡା ଜିଲ୍ଲା କୋଷାଗାର ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ସାମନ୍ତରାୟ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ବିଦ୍ୟାଳୟର ଛାତ୍ରୀ ଛାତ୍ର ମାନଙ୍କୁ ପାଠ ପଢା ଜୀବନରେ ସମୟର ସୁବିନିଯୋଗ ଉପରେ ଅଭିଭାଷଣ ପ୍ରଦାନ କରି ଥିଲେ । ଅଁଳାଯୁବା କ୍ଲଷ୍ଟର ସି.ଆର.ସି.ସି ନରେନ୍ଦ୍ର କୁମାର ରଥ, ନୂଆପଡା ସି.ଆର.ସି.ସି ମନୋରଞ୍ଜନ ଶତପଥୀ, ମହୁଆଭଟା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରମା ଦାସ, ଚେୟାରମେନ ପବନ କୁମାର ରଣା ପ୍ରମୁଖ ସମ୍ମାନିତ ଅତିଥି ଭାପେ ଯୋଗ ଦେଇ ମଞ୍ଚାସିନ ଥିଲେ । ସ୍ଥାନୀୟ ବାସିନ୍ଦା ଇନ୍ଦଲ ରଣା, ଶଙ୍କର ଦଣ୍ଡସେନା ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।

ବାର୍ଷିକ ଉତ୍ସବ ଆୟୋଜନର ସମସ୍ତ କାର୍ଯ୍ୟକୁ ବିଦ୍ୟାଳୟର କ୍ରିଡା ଶିକ୍ଷକ (ପିଇଟି) ଭାରତ କୁମାର ପ୍ରଧାନ ପରିଚାଳନା କରିଥିଲେ । ଅନୁଷ୍ଠିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀ ଛାତ୍ର ଙ୍କୁ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରି ଥିବାରୁ ପୁରସ୍କୃତ କରାଯାଇଥିଲା । ଉତ୍ତମ ସ୍ବେଛାସେବୀ ବିଭାଗରେ ପଞ୍ଚମ ଶ୍ରେଣୀର ଧନେଶ୍ୱର ଘିବେଲା, ଉତ୍ତମ ଛାତ୍ରୀ ଅଷ୍ଟମ ଶ୍ରେଣୀର ଫବିନୀ ରଣା ଓ ସର୍ବାଧିକ ଉପସ୍ଥାନ ପାଇଁ ଜଗନ୍ନାଥ ରଣାଙ୍କୁ ପୁରସ୍କୃତ କରାଗଲା ।

ଏହି କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ସ୍ଥାନୀୟ କଳା, ସଂସ୍କୃତି, ଯାତାୟାତ ତଥା ପରିବହନ ବ୍ୟବସ୍ଥା, ପଶ୍ଚିମ ଓଡିଶା ର ମୁଖ୍ୟ ଗଣ ପର୍ବ ନୂଆଖାଇ, ଆମ ଗାଁ, ଆମ ପଡୋଶୀ, ବିଜ୍ଞାନ ଏପରି ବିଭିନ୍ନ ସାମାଜିକ ସମସ୍ୟା, ଆଧୁନିକ ଶୈଳୀ, ସଚେତନତା ବାର୍ତା କୁ ନେଇ ୧୪ ଟି ଡ୍ୟାନ୍ସରେ ବିଦ୍ୟାଳୟ ର ଛାତ୍ରୀ ଛାତ୍ର ଅଂଶଗ୍ରହଣ କରି ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଶୈଖିକ ବାତାବରଣ ସହ କ୍ରିଡା ଏବଂ ଅଧ୍ୟୟନରେ ଏହି ବିଦ୍ୟାଳୟର ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିପାରିଛି । ବିଦ୍ୟାଳୟରେ ମୋଟ ୩୧୫ ଜଣ ଛାତ୍ରୀ ଛାତ୍ର ଅଧ୍ୟୟନ କରନ୍ତି ସମସ୍ତେ, ଏହି ପ୍ରଥମ ବାର୍ଷିକ ଉତ୍ସବ ରେ ନିଜର ଯୋଗଦାନ କରିଥିଲେ । ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମକୁ ନିଜର ସହଯୋଗ କ୍ରମେ ସଫଳ କରାଇ ଥିଲେ ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

For latest news & views update

Click on bell button and subscribe to notifications.

Like us on facebook 👇

http://facebook.com/odiabarta

Subscribe us on youtube 👇

http://youtube.com/channel/UCdoWrXFOsGOd7dzWwMFwFrQ

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.