କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ପାଇଁ ସହଯୋଗର ହାତ ବଢ଼େଇଛନ୍ତି ପୂର୍ବତନ ରାଜପୁଟ ସରପଞ୍ଚ ତଥା ସମାଜସେବୀ ପିତାମ୍ବର କିର୍ସାନି।କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ପାଖଝୋଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାନିଆ ଗ୍ରାମର ଯକୃତ ଜନିତ ରୋଗୀ ପ୍ରଶାନ୍ତ ମହାରଣାଙ୍କୁ ସେ ଚିକିତ୍ସା ସେବା ଯୋଗାଇ ଦେଇଥିବାବେଳେ ପିତାଗୁଡା ପଞ୍ଚାୟତ ଚାରାଙ୍ଗାର ଅନିଲ ମାଝୀଙ୍କୁ ୨ ଦିନ ଆଇସିୟୁରେ ରଖାଯାଇଛି। ଏହି ଦୁଇ ରୋଗୀଙ୍କୁ ମାଗଣାରେ ମେଡିକଭର ମେଡିକାଲ ଠାରେ ଭର୍ତ୍ତି କରାଇଛନ୍ତି ସମାଜସେବୀ ପିତାମ୍ବର। ଏହାସହ ଏକ ସପ୍ତାହ ପୂର୍ବରୁ ଛାଡିଥିବା କାଙ୍ଗରା ଏବଂ କୋଡ଼ିଙ୍ଗା ଗ୍ରାମର ରୋଗୀଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି ପିତାମ୍ବର। କୋଡ଼ିଙ୍ଗାର ହାତରେ ତାର ବାଜିଥିବା ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଆଜି ଡିସ୍ଚାର୍ଜ ହୋଇ ଘରକୁ ଫେରିବେ ବୋଲି ଶ୍ରୀ ପିତାମ୍ବର କିର୍ସାନି ଆଶା ପ୍ରକାଶ କରିଅଛନ୍ତି।