ନର୍ଲାରେ ବିବେକ ସେନାର ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ

କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଚାରିଛକ ସ୍ଥିତ ପେସିଫିକ ଇଂରାଜୀ ମିଡିୟମ ସ୍କୁଲ ପରିସରରେ ବିବେକ ସେନା ତରଫରୁ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିବେକ ସେନାର ପ୍ରତିଷ୍ଠାତା ଶିବରାମ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମ୍ବର୍ଦ୍ଧନା ସମାରୋହର ବ୍ରଜ କିଶୋର ପଣ୍ଡା, କଳାହାଣ୍ଡି କିସ୍ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଷ୍ମନ୍ତ କୁମାର ପଧାନ, ସେବାଜଗତର ସମ୍ପାଦକ ସତ୍ୟନାରାୟଣ ପଟ୍ଟନାୟକ, ଜଲେଶପଟା ଆଶ୍ରମର ପରିଚାଳିକା ସଂଧ୍ୟାରାଣୀ ପାଣିଗ୍ରାହୀ, ମ. ରାମପୁରର ଆଦିବାସୀ ନେତା ଧନସିଂ ମାଝୀ, ବିବେକ ସେନାର ଜିଲ୍ଲା ସଭାପତି ଯୁଗେଶ୍ୱର ନାଏକ, ନର୍ଲା ପେସିଫିକ ସ୍କୁଲର ପ୍ରତିଷ୍ଠାତା ପ୍ରଶାନ୍ତ ନାୟକ ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କାର୍ଯ୍ୟକ୍ରମ ଆରମ୍ଭରେ ବିବେକ ସେନାର ପ୍ରତିଷ୍ଠାତା ଶ୍ରୀ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷାହିଁ ଜୀବନ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ଅତିଥି ତଥା କନ୍ଧ ସଂସ୍କୃତି ବିଶାରଦ ମେଦିନୀଧର ଜାନୀ, ଆଦିବାସୀ ନେତା ଧନସିଂ ମାଝୀ, ଶିକ୍ଷାବିତ୍ତ ତଥା ବିଶିଷ୍ଟ ସାହିତ୍ୟିକ ପଦ୍ମଲୋଚନ ମିଶ୍ର, କୁମୁଦ ଚନ୍ଦ୍ର ନାଏକ ପ୍ରମୁଖ ମଞ୍ଚାସୀନ ଅତିଥି ବୃନ୍ଦ ‘ଶିକ୍ଷା ହିଁ ଜୀବନ’ ଆଲୋଚନା ଚକ୍ର ଉପରେ ନିଜ ନିଜ ମତ ରଖିଥିଲେ। ବିବେକ ସେନାର ନର୍ଲା ସଭାପତି ଦୀପକ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମ୍ପାଦକ ମୋହନ କୁମାର ଭଟ୍ଟ ମଞ୍ଚ ପରିଚାଳନା କରିଥିଲେ।

Udyog Nursery
Udyogi Nursery

ବିବେକ ସେନା ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମରେ ନର୍ଲା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ୧୨୦ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଶେଷ କରି ନିର୍ବାଚନ ମଣ୍ଡଳୀ ଅଞ୍ଚଳର ସରପଞ୍ଚ, ସାମ୍ବାଦିକ, କରୋନା ଯୋଦ୍ଧା, ବରିଷ୍ଠ ନାଗରିକ ପ୍ରମୁଖ ରହିଥିଲେ।


ଏଥିରେ ନର୍ଲାର ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ରଞ୍ଜନ ମହାନ୍ତି, ସନ୍ତୋଷ ପାତ୍ର ଡୋଳାମଣି ସାହୁ, ଧନୁର୍ଯ୍ୟ ସାହୁ, ମନୋଜ କୁମାର ଷଢଙ୍ଗୀ, ସେହିଭଳି ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୌଡିଆ, ରୁପ୍ରାରୋଡ ସରପଞ୍ଚ ଚିତ୍ତରଞ୍ଜନ ରଣା, ସର୍ଗିଗୁଡା ସରପଞ୍ଚ ନରସିଂହ କୁମାର, ଉଲିକୁପା ସରପଞ୍ଚ ଆନନ୍ଦ ମାଝୀ ପ୍ରମୁଖ ରହିଥିବା ବେଳେ ସମାଜସେବୀ କୁମୁଦ ଚନ୍ଦ୍ର ନାଏକ, ପଦ୍ମଲୋଚନ ବୁଦ୍ଧିଆ, ପାଟମାଝୀ, ପୂର୍ବତନ ନର୍ଲା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ଗୌଡିଆ, ସଜ୍ଜନ ଅଗ୍ରୱାଲ, ଶିକ୍ଷକ ମାନଙ୍କ ମଧ୍ୟରେ ମଧୁସୁଦନ ରାଉତ, କ୍ଷୀତିଶ ଚନ୍ଦ୍ର ମାଝୀ, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ବିନୋଦ ବିହାରୀ ଭଞ୍ଜ, ସେବାକାରୀ କିନ୍ନର ସଂଘ ସଭାପତି କାମିନୀ କିନ୍ନର ପ୍ରମୁଖ ରହିଥିଲେ। ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଉତ୍ତମ ଚାଷୀ ପ୍ରମୁଖଙ୍କୁ ମଧ୍ୟ ଏଥିରେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ କଳାହାଣ୍ଡି ବିବେକ ସେନାର ପ୍ରତିଷ୍ଠାତା ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.