ଦେଶର ସର୍ବୋଚ୍ଚ ଗ୍ରନ୍ଥ ସମ୍ବିଧାନର ସୁରକ୍ଷା ଓ ଅବଧାରଣା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ

● ସମ୍ବିଧାନ ଦିବସ ପାଳନ କଲା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍‌

● ବିଶାଳ ଶୋଭାଯାତ୍ରାରେ ସହର ପାଲଟିଲା ଜନସମୁଦ୍ର

କଳାହାଣ୍ଡି: ପୃଥିବୀର ମହାନ ଗଣତନ୍ତ୍ର ଦେଶ ଭାରତ ଆଜି ସମ୍ବିଧାନର ମଜବୁତ୍ ମୂଳଦୁଆ ଉପରେ ଛିଡ଼ା ହୋଇଥିଲେ ହେଁ ଦେଶ ଭିତରେ ସମ୍ବିଧାନ ବିରୋଧୀଙ୍କ ଅଭାବ ନାହିଁ । ଏଣୁ ବର୍ତ୍ତମାନ ପରିସ୍ଥିତିରେ ସମ୍ବିଧାନର ସୁରକ୍ଷା ଓ ଅବଧାରଣା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ ବୋଲି ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ୍‌, କଳାହାଣ୍ଡି ଦ୍ୱାରା ଆୟୋଜିତ ସମ୍ବିଧାନ ଦିବସ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡ଼େରେସନ୍‌, କଳାହାଣ୍ଡିର ଆହ୍ୱାନ କ୍ରମେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡ଼େରେସନ୍ କଳାହାଣ୍ଡିର କେସିଙ୍ଗା ବ୍ଲକ ଓ ଏନ୍‌ଏସି ଶାଖାର ମିଳିତ ଆୟୋଜନରେ ଅନୁଷ୍ଠିତ ସମାରୋହ ପୂର୍ବରୁ କେସିଙ୍ଗା ସହରରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । କଳାହାଣ୍ଡି ଜିଲ୍ଲାର ୧୩ଗୋଟି ବ୍ଲକରୁ ସମବେତ ହୋଇଥିବା ହଜାର ହଜାର ପୁରୁଷ ଓ ମହିଳା ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବାବେଳେ କେସିଙ୍ଗା ସହର ଜନସମୁଦ୍ର ପାଲଟିଥିଲା । ସମ୍ବିଧାନ ସୁରକ୍ଷାର ନାରା ଦେଇ ଏହି ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ସହର ମଧ୍ୟସ୍ଥଳରେ ଥିବା ତେନ୍ତୁଳିଗଛ ପଡ଼ିଆଠାରେ ଅନୁଷ୍ଠିତ ସମାପନ ହୋଇଥିଲା ।

Omkar Vasthu
Omkar Vasthu


ଏହାପରେ ସମ୍ବିଧାନ ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ବିବେକାନନ୍ଦ ମହାନନ୍ଦ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ ଭୋଦେବ ମହାନନ୍ଦିଆ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡ଼େରେସନ, କଳାହାଣ୍ଡିର ଜିଲ୍ଲା ସଭାପତି ଧନଞ୍ଜୟ ଦୀପ, କାର୍ଯ୍ୟକାରୀ ସଭାପତି ଦିଗାମ୍ବର ଦୁରିଆ, ଏସ୍‌. ସୁଜାତା, ମହିଳା ସଭାନେତ୍ରୀ ବିଜୟଲକ୍ଷ୍ମୀ ସ୍ୱର୍ଣ୍ଣ, ଉପଦେଷ୍ଟା ଯୋଗେଶ୍ୱର ସାଗର, ଆଇନ ବିଭାଗ ମୁଖ୍ୟ ଛବିଲାଲ ନିଆଲ, ସାଧାରଣ ସଂପାଦକ ଯତୀନ୍ଦ୍ର କର, ସଂପାଦକ ଶ୍ରୀବତ୍ସ ତାଣ୍ଡି, କେସିଙ୍ଗା ବ୍ଲକ ସଭାପତି ଲୋକନାଥ ନାଗ, କଳାହାଣ୍ଡି ଜିଏସ୍ ଟି ଅଧୀକ୍ଷକ ବିଜୟରାଜ ଶିଖା, ନିୟମଗିରି ସୁରକ୍ଷା ସମିତିର ଆବାହକ ଲିଙ୍ଗରାଜ ଆଜାଦ, ଭୀମ ଆର୍ମୀ କଳାହାଣ୍ଡି ଜିଲ୍ଲା ସଭାପତି ରଜନୀକାନ୍ତ ସମର୍ଲିଆ, ବହୁଜନ ସମାଜପାର୍ଟିର ଜିଲ୍ଲା ସଭାପତି ଜଳନ୍ଧର ବେହେରା, ମୂଳନିବାସୀ ମଞ୍ଚର ଅଞ୍ଜୁ କୁମାର ପ୍ରମୁଖ ଯୋଗ ଦେଇଥିଲେ ।

Pearl dental clinic
Near Ashish Medical Store, Bhawanipatna


ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡ଼େରେସନ୍ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍‌ଏସି ଶାଖାର ସଭାପତି ବିଷ୍ଣୁ ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହକୁ ପରିଚାଳନା କରିଥିଲେ ଫେଡ଼େରେସନର ଜିଲ୍ଲା ସଂପାଦକ ଜୟପ୍ରକାଶ ଜାଲ । ଫେଡେରେସନର ସାମାଜିକ ବିଭାଗର ଅତିରିକ୍ତ ମୁଖ୍ୟ ଗିରିଜା ବେହେରା ଓ ଯୁବ ବିଭାଗ ମୁଖ୍ୟ ତେଜରାଜ ବେହେରାଙ୍କ ଆବାହକତ୍ୱରେ ଆୟୋଜିତ ସମାରୋହରେ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସନ୍ତୋଷ ମଙ୍ଗରାଜ, କ୍ରୁଷ୍ଣ ନାଗ, ଗୋପାଳ ନାଏକ, ଦୁଃଖୀ କୁମ୍ଭାର, ନିପାନ, ବଜରଙ୍ଗ, ଧରଣୀ, କାହ୍ନାଙ୍କ ସମେତ ସୂର୍ଯ୍ୟ ନାରାୟଣ କୁମାର, ବଳରାମ ଦୁର୍ଗା, ଜୁନାଗଡ଼ ବ୍ଲକ ସଭାପତି ମହାଦେବ ବାଗ, ମ. ରାମପୁର ବ୍ଲକ ସଭାପତି ଡୋଳେଶ୍ବର ନାଏକ, ନର୍ଲା ବ୍ଲକ ସଭାପତି ରଘୁନାଥ ଦୀପ, ସଞ୍ଜୟ ସୁନାନୀ, ସୁଶୀଲ କୁମାର ବାଗ, ଗୋପାଳ ମହାନନ୍ଦ, ଢଗମାଳିଆ ନାଏକ, ମହେଶ୍ବର ସୁନାନୀ ପ୍ରମୁଖ ସହଯୋଗ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.