କଳାହାଣ୍ଡି: ଥୁଆମୂଳ ରାମପୁର ସ୍ଥିତ ମା’ ମାଣିକେଶ୍ୱରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଶ୍ୱ ଏଡ଼ସ୍ ଦିବସ ପାଳିତ ହୋଇଯାଇଛି। ଏଥିରେ ବହୁ ଛାତ୍ରଛାତ୍ରୀ ଯୋଗଦେଇ ଭୟାବହ ଏଡ୍ସ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରେଇଥିଲେ। ଏହି ଅବସରରେ ଉକ୍ତ ମାରାତ୍ମକ ରୋଗ ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ମା’ ମାଣିକେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନାଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଥୁଆମୂଲ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀ ଡାକ୍ତର ନୀତିଶ କୁମାର ଝା ଏଡ଼ସ୍ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଯୁବ ରେଡ଼କ୍ରସ ପରାମର୍ଶଦାତା ସରୋଜ କୁମାର ପଟ୍ଟଯୋଶୀ ସଭା ପରିଚାଳନା କରିଥିଲେ।