AIDS: କୋରାପୁଟରେ ହାର କମିଛି, କମିନି ରୋଗୀଙ୍କ ସମସ୍ୟା

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): କୋରାପୁଟରେ ହାର କମିଛି, ରୋଗୀଙ୍କ ସମସ୍ୟା କମିନି। ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା କୋରାପୁଟ ଜିଲ୍ଲା ପରୀକ୍ଷା କେନ୍ଦ୍ରରେ ସମୁଦାୟ ୫,୧୮,୦୬୦ ଜଣଙ୍କ ଏଚଆଇଭି ପରୀକ୍ଷା କରାଯାଇ ଥିବାବେଳେ ୨୮୦୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୯୭୮ କୋରାପୁଟ ଜିଲ୍ଲାରୁ ଥିବାବେଳେ ୫୧୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ମଧ୍ୟରେ ୬ ଜଣ ଶିଶୁ ରହିଥିବା ଜିଲ୍ଲା ଏଡସ ନିୟନ୍ତ୍ରଣ ବିଭାଗ ଅଧିକାରୀ ସର୍ବେଶ୍ୱର ବାରିକ ସୂଚନା ଦେଇଛନ୍ତି। ସମୁଦାୟ ୯୯୬ ଜଣ କୋରାପୁଟରେ ଥିବା ART କେନ୍ଦ୍ରରୁ ଔଷଧ ନେଉ ଥିବାବେଳେ ଏହି କେନ୍ଦ୍ରରେ ସେବାକାରୀ ବ୍ୟକ୍ତିଙ୍କ ଅଭାବ ଯୋଗୁଁ ସଂକ୍ରମିତ ବ୍ୟକ୍ତିଙ୍କୁ ଉନ୍ନତମାନର ସେବା ଯୋଗାଇବାରେ ଅସୁବିଧା ହେଉଥିବା ଡାକ୍ତର ବେଉରା କହିଛନ୍ତି। ART କେନ୍ଦ୍ରରେ ଦେଖାଦେଇଥିବା ଅବ୍ୟବସ୍ଥା ଯୋଗୁଁ ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରେ ସରକାରଙ୍କ ଉପରୁ ଭରସା ହ୍ରାସ ପାଇବା ସହ ସେମାନଙ୍କ ମଧ୍ୟରେ ହତାଶ ଭାବ ବୃଦ୍ଧି ପାଉଥିବା ଏଚଆଇଭି ସଂକ୍ରମିତ ବ୍ୟକ୍ତିଙ୍କ ସହ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ଗୌରୀ ପ୍ରସାଦ କ୍ଷୋଭ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.