ଦୂରନ୍ତ ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ, ଧାରଣାରୁ ବାହାରି ଗଲା ପାର୍ସଲ ବଗି

ଯାଜପୁର, (କାଦମ୍ବିନୀ ପାତ୍ରୀ): ଯାଜପୁର ଜିଲ୍ଲାର ହରିଦାସପୁର ଷ୍ଟେସନ୍ କଟକ-ହରିଦାସପୁର ଷ୍ଟସନ ନିକଟରେ ଦୂରନ୍ତ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି। ଟ୍ରେନର ପାର୍ସଲ ବଗିଟି ଧାରଣାରୁ ବାହାରି ଯାଇଛି। ତେବେ ଏଥିରେ ଯାତ୍ରୀମାନଙ୍କର କିଛି କ୍ଷୟକ୍ଷତି ହୋଇନାହିଁ। ସେହିଭଳି ଟ୍ରେନ୍‌ର ଆଉ କିଛି କ୍ଷତି ହୋଇନଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଦୂରନ୍ତ ଏକ୍ସପ୍ରେସଟି ଆଜି ଯଶୋବନ୍ତପୁରରୁ ହାୱଡ଼ା ଅଭିମୁଖେ ଯାଉଥିଲା। ଦିନ ପ୍ରାୟ ୧୨ଟା ବେଳେ ଯାଜପୁରର ହରିଦାସପୁର ଷ୍ଟେସନ୍ ନିକଟରେ ଟ୍ରେନଟି ଲାଇନ୍‌ଚ୍ୟୁତ ହୋଇଇଥିଲା। ଦୂରନ୍ତ ଏକ୍ସପ୍ରେସ୍ ଲାଇନଚ୍ୟୁତ ଯୋଗୁ ଅନ୍ୟ ଟ୍ରେନ୍‌ ଯିବା ଆସିବାରେ ଅସୁବିଧା ଦେଖା ଦେଇଛି। ସେହି ଟ୍ରାକ୍‌ରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଖୋର୍ଦ୍ଧା ଡିଆରଏମ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲାପରେ ରେଳଚଳାଚଳ ସ୍ୱାଭାବିକ ହେବ ବୋଲି ସୂଚନା ମିଳିଛି। ଜଣେ ଯାତ୍ରୀ କହିଛନ୍ତି, ହଠାତ୍ ବଡ଼ ଶବ୍ଦ ହୋଇଥିଲା। ପରେ ଟ୍ରେନଟି ଅଟକି ଯାଇଥିଲା। ଆମେ ହାୱଡ଼ା ଯାଉଥିଲୁ। ଏବେ କେମିତି ହାୱଡ଼ାରେ ପହଞ୍ଚିବୁ, ସେଥିପାଇଁ ଚିନ୍ତାରେ ଅଛୁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.