ସମ୍ଭାବ୍ୟ ବାତ୍ୟା ମୁକାବିଲା ନିମନ୍ତେ ରାୟଗଡ ଜିଲ୍ଲାପାଳଙ୍କ ଜରୁରୀ ବୈଠକ

● ସଦର ମହକୁମା ନ ଛାଡିବାକୁ ସରକାରୀ ଅଧୀକାରୀଙ୍କୁ କଡା ନିର୍ଦ୍ଦେଶ

ରାୟଗଡା, (ଶିବ ନାରାୟଣ ଗୈାଡ): ବଙ୍ଗପୋ ସାଗରରେ ସୃଷ୍ଟି ଲଘୁଚାପ ଯୋଗୁଁ ସମ୍ଭାବ୍ୟ ବାତ୍ୟା ଓ ତତ୍ଜନିତ ବନ୍ୟା, ପାହାଡ଼ରୁ ମାଟି ଅତଡା ଖସିବା ଆଶଙ୍କା କରି ଏହାର ମୁକାବିଲା କରିବାକୁ ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଆଜି ଏକ ଜରୁରୀ ବୈଠକ ଭର୍ଚୁଆଲ ମାଧ୍ୟମରେ ଡାକିଥିଲେ। ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା,ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଧର୍ମାନନ୍ଦ ବେହେରା, ପିଡି ଡିଆରଡିଏ ରବି ନାରାୟଣ ତ୍ରିପାଠି, ଉପଜିଲ୍ଲାପାଳ ଗୁଣପୁର ସନlଲ ଜେନା, ଉପଜିଲ୍ଲାପାଳ ରାୟଗଡା ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ବିଡିଓ, ତହସିଲଦାର ଆଦି ବ୍ଲକ ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ଜିଲ୍ଲାପାଳ ପ୍ରାରମ୍ଭରେ କହିଥିଲେ ଯେ, ବାତ୍ୟା ‘ଜୱାଦ’ ଓଡ଼ିଶା ଉପକୂଳ ଭୂମିରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗର ସୂତ୍ରରୁ ପ୍ରକାଶ। ଯାହାଫଳରେ ଓଡ଼ିଶାର କେତୋଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବେଗରେ ପବନ ଓ ବର୍ଷା ହେବାର ସମ୍ଭାବନା ରହିଛି। ଆମ ରାୟଗଡା ଜିଲ୍ଲାରେ ଏହାର ସମ୍ଭାବ୍ୟ ବନ୍ୟା, ବାତ୍ୟା ଓ ପାହାଡ ତଳୁ ମାଟି ଅତଡ଼ା ଖସି ବିପର୍ଯ୍ୟୟ ଘଟିବାର ସମ୍ଭାବନା ରହିଛି। ସମସ୍ତ ବିଡିଓ ମାନେ ସମ୍ଭାବ୍ୟ ସ୍ଥାନ ଗୁଡିକ ଚିହ୍ନଟ କରିବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥି ନିମନ୍ତେ ଏହାର ମୁକାବିଲା କରିବା ପାଇଁ ଏହି ବୈଠକ ଡକାଯାଇଥିଲା। ବୈଠକରେ ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କୁ ସଜାଗ ରହିବା ପାଇଁ ନିର୍ଦେଶ ଦେଇଛନ୍ତି। ଗତ ବାତ୍ୟା ଗୁଡିକ ସମୟରେ ଯେପରି ଭାବରେ ପ୍ରସ୍ତୁତି ରହିଥିଲେ ସେହିପରି ଭାବରେ ଏବେ ମଧ୍ୟ ପ୍ରସ୍ତୁତି ରହିବାକୁ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେହି ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଛୁଟିରେ ଯାଇ ପାରିବେ ନାହିଁ। ଛୁଟିରେ ଯାଇଥିଲେ ତୁରନ୍ତୁ ପଳାଇ ଆସିବାକୁ ଜିଲ୍ଲାପାଳ କହିଥିଲେ। ଏହି ବାତ୍ୟା ସମୟରେ ଯେପରି କାହାର କ୍ଷତି ନ ହେବ ସେଥିପାଇଁ ସମସ୍ତେ ସତକର୍ତା ଅବଲମ୍ବନ କରିବା ଆବଶ୍ୟକ। ବାତ୍ୟା ମୁକାବିଲା ନିମନ୍ତେ ଜିଲ୍ଲାରୁ ବ୍ଲକ ପର୍ଯ୍ୟନ୍ତ ନିୟନ୍ତ୍ରଣ କକ୍ଷ ଖୋଲାଯାଇ କାର୍ଯ୍ୟକାରୀ କରାଯିବ। ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତଳିଆ ଅଞ୍ଚଳ ଚିହ୍ନଟ କରି ଜନସାଧାରଣଙ୍କୁ ସଚେତନ କରିବେ। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ସେଠାରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବେ ଏବଂ ଖାଦ୍ୟ ପୁଡ଼ିଆ ଯୋଗାଇବେ l ବିଶେଷ କରି ରାୟଗଡା, ଗୁଡାରି, ଓ ଗୁଣପୁର ତଳିଆ ଅଂଚଳ ପ୍ରତି ନଜର ରଖିବାକୁ ଜିଲ୍ଲାପାଳ କହିଥିଲେ। ଆବଶ୍ୟକ ପଡ଼ିଲେ ପଂଚାୟତ ଜନପ୍ରତିନିଧିଙ୍କ ସହାୟତା ନେଇପାରିବେ। ଗ୍ରାମୀୟ ନିର୍ମାଣ ଓ ପୂର୍ତ୍ତ ବିଭାଗକୁ ସମସ୍ତ ପ୍ରକାର ଯନ୍ତ୍ରପାତି ସହ ପ୍ରସ୍ତୁତି ରହିବାକୁ ନିର୍ଦେଶ ଦେଇଥିଲେ। ସେହିପରି ବଡ଼ନାଳ ଓ ହରଭଙ୍ଗା ଜଳସେଚନ ପ୍ରକଳ୍ପର ନିର୍ବାହୀଯନ୍ତ୍ରୀ ମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଥିଲେ। ସେହିପରି ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ଔଷଧ ପତ୍ର ମହଜୁଦ ଥିବା ପ୍ରକାଶ କରିଥିଲେ l ଦୁର୍ଗମ ଅଞ୍ଚଳରେ ଯୋଗାଣ ବିଭାଗ ତରଫରୁ ଅତ୍ୟାଵଶ୍ୟକୀୟ ସାମଗ୍ରୀ ବିଶେଷ କରି ଚୁଡା, ଚାଉଳ, କିରୋସିନି, ଦିଆସିଲ ମହଜୁଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସିଡିପିଓ ମାନେ ଆସନ୍ନ ପ୍ରସବା ମହିଳା ମାନଙ୍କ ନିକଟସ୍ଥ କେନ୍ଦ୍ରକୁ ସ୍ଥାନାନ୍ତର କରିବାକୁ କହିଥିଲେ। ସେହିପରି ଅମଳ କ୍ଷମ ଫସଲକୁ ତୁରନ୍ତ ଅମଳ କରିବାକୁ ଚାଷୀମାନଙ୍କୁ ସଚେତନତା କରିବା ପାଇଁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ପ୍ରାଣୀ ଚିକିତ୍ସା ବିଭାଗକୁ ମଧ୍ୟ ସତକର୍ତା ଅବଲମ୍ବନ କରିବାକୁ କହିଥିଲେ। ଜିଲ୍ଲାକୁ ବତ୍ୟା ମୁକାବିଲା ନିମନ୍ତେ ଜିଲ୍ଲା ଅଗ୍ନିଶମ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ବିଦ୍ୟୁତ ବିଭାଗ, ଟେଲିଫୋନ ବିଭାଗକୁ ମଧ୍ୟ ପରିସ୍ଥିତି ମୁକବିଲା କରିବାକୁ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.