କଳାହାଣ୍ଡି, (ହେମନ୍ତ ସାହୁ): ମ.ରାମପୁର ବ୍ଲକ ଟୁର୍ଚ୍ଚି ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀ ଶ୍ରୀ ମାଁ ମାଣିକେଶ୍ୱରୀ ଡୁକୁରୀ ଦେବୀ ପଞ୍ଜିକା ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ସୋନପୁରର ସଚ୍ଚିଦାନନ୍ଦ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ବୁଧେନ୍ଦ୍ର ପ୍ରତାପ ସିଂହଦେଓ, ସମ୍ମାନୀତ ଅତିଥିଭାବେ ବିଶିଷ୍ଠ ଗବେଷକ ମିହିରେନ୍ଦ୍ର ପ୍ରତାପ ସିଂହଦେଓ, ପଞ୍ଜିକା ମୁଖ୍ୟ ସୋନପୁରର ଗଣକ ମଧୁସୂଦନ ମିଶ୍ର, ମୁଖ୍ୟବକ୍ତା ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ପଞ୍ଜିକାର ସଭାପତି ସନ୍ତୋଷ ନନ୍ଦ, ଯୋରାଡ଼ୋବରା ଆଞ୍ଚଳିକ ବ୍ରାହ୍ମଣ ସମାଜ ସଭାପତି ରବି ନନ୍ଦ, ସମ୍ପାଦକ ଡ଼ୋଳାମଣି ରଥ, ପଞ୍ଜିକାର ସହକାରୀ ଗଣକ ପ୍ରେମରାଜ ନନ୍ଦ ପ୍ରମୁଖ ମଂଚାସୀନ ରହି ଉକ୍ତ ପଞ୍ଜିକା ଓ ଗଣନା ସଂପର୍କରେ ସୂଚନା ସହିତ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା। ସମ୍ପାଦନା ମଣ୍ଡଳୀର ତ୍ରିଲୋଚନ ଦାଶ, ବିଜୟ ଦାଶ, ନୃପରାଜ ସାହୁ, ମଧୁସୂଦନ ସାହୁ ପ୍ରମୁଖ ମଧ୍ୟ ଉପସ୍ଥିତ ରହିଥିଲେ। ଅତିଥିମାନେ ଏହି ପଂଜିକାର ନିର୍ଭୁଲ ଗଣନା ସହିତ ତୃଟିଶୂନ୍ୟ ମୁଦ୍ରଣ କରିବା ସହ ଓଡ଼ିଶାର ପର୍ବପର୍ବାଣୀ ତଥା କଳାହାଣ୍ଡିର ପର୍ବକୁ ଅନୁସରଣ କରାଯାଇ ମୁଦ୍ରିତ ହେଇଛି ବୋଲି ସୂଚନା ପ୍ରଦାନ କରିଥିଲେ।