● ଠିକା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଦେଇ ଚୁପ୍ ବସିଛି ପୈାର ପ୍ରଶାସନ
ରାୟଗଡା, (ଶିବ ନାରାୟଣ ଗୈାଡ): ଗତ ତିନି ଦିନରୁ ଉର୍ଦ୍ଧ ସମୟ ଧରି ପୈାର ସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଦାବି ପୂରଣ ପାଇଁ ଧାରଣାରେ ବସି ରହିଛନ୍ତି ସଫେଇ କର୍ମଚାରୀ । ଫଳରେ ରାୟଗଡା ସହରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁଁ ଏବେ ଅଳିଆ ଗଦାରେ ରାୟଗଡା ସହର । ମୁଖ୍ୟ ରାସ୍ତା ସମେତ ସମସ୍ତ ୱାର୍ଡର ସାହି,ଗଳି ଛକରେ ପଡି ରହିଛି କୁଢ କୁଢ ଅଳିଆ ଆର୍ବଜନା । ସହରର ପରିମଳ ବ୍ୟବସ୍ଥା ପାଇଁ ଟେଣ୍ଡର ପାଇଥିବା ୩ଟି ଠିକା ସଂସ୍ଥାମାନଙ୍କୁ କାରଣ ଦର୍ଶାଅ ନୋଟିସ ଦେଇ ଚୁପ୍ ବସିଛି ରାୟଗଡା ପୈାର ପ୍ର୍ରଶାସନ । ଅପରପକ୍ଷେ ଠିକା ସଂସ୍ଥାର କୈାଣସି କର୍ତୁପକ୍ଷ ଧାରଣାରେ ବସିଥିବା ସଫେଇ କର୍ମଚାରୀମାନଙ୍କ ସହ ଆଲୋଚନା କରି ନ ଥିବା ବେଳେ ପୈାର ନିର୍ବାହୀ ଅଧିକାରୀ ୟାସିର ବିଲାଲ୍ ଅହମ୍ମଦ ଏ ନେଇ କର୍ମଚାରୀମାନଙ୍କ ସହ ତିନିଥର ନିଜ କାର୍ଯ୍ୟାଳୟରେ ଆଲୋଚନା କରିଥିଲେ ସୁଦ୍ଧା କୈାଣସି ସୁଫଳ ମିଳି ନ ଥିବା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ସଫେଇ କର୍ମଚାରୀମାନେ ପୈାର ସଂସ୍ଥା କାର୍ଯ୍ୟାଳୟରେ ସ୍ଥାୟୀ ନିଯୁକ୍ତି ଦାବି କରୁଥିବାରୁ ତାହା ସମ୍ଭବପର ନୁହେଁ ବୋଲି କହିଛନ୍ତି ।
ଅନ୍ୟପକ୍ଷରେ ସଫେଇ କର୍ମଚାରୀମାନେ ଦୀର୍ଘ ୨୫ବର୍ଷରୁ ଉର୍ଦ୍ଧ ସମୟ ଧରି ପୈାର ସଂସ୍ଥା ଓ ଠିକା ସଂସ୍ଥା ଅଧିନରେ କାର୍ଯ୍ୟ କରି ଆସୁଥିବା ବେଳେ ଗତ ୩ବର୍ଷ ଧରି ସମସ୍ତ ସୁବିଧା ପାଇ ପୈାର ସଂସ୍ଥା ଅଧିନରେ କାର୍ଯ୍ୟ କରି ଆସୁଥିଲେ । ତେବେ ପୁଣି ଥରେ ବର୍ଷେ ପାଇଁ ଟେଣ୍ଡର ପାଇଥିବା ସଂସ୍ଥା ଅଧିନରେ କାର୍ଯ୍ୟ କରିବା ଆରମ୍ଭ କଲେ ସେମାନଙ୍କ ବରିଷ୍ଠତା ହ୍ର୍ରାସ ପାଇବା ସହ ଅନେକ ସୁବିଧା ପାଇବାରୁ ଶ୍ରମିକମାନେ ବଂଚିତ ହେବେ ବୋଲି ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି, ରାୟଗଡା ପୈାର ସଂସ୍ଥା ଅଧିନରେ ସହରର ୨୪ଗୋଟି ୱାର୍ଡରେ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ୪ଗୋଟି ଜୋନରେ ବିଭକ୍ତ କରାଯାଇଛି । ୱାର୍ଡ ସଂଖ୍ୟା ୧, ୬, ୭, ୮, ୯କୁ ଜୋନ୍-୧, ୱାର୍ଡ ସଂଖ୍ୟା ୧୦, ୧୧, ୧୨, ୧୩, ୧୪କୁ ଜୋନ-୨, ୱାର୍ଡ ସଂଖ୍ୟା ୧୫, ୧୬, ୧୭, ୧୮, ୧୯କୁ ଜୋନ୍-୩ ଓ ୱାର୍ଡ ସଂଖ୍ୟା ୨୦, ୨୧, ୨୨, ୨୩, ୨୪କୁ ଜୋନ୍ -୪ରେ ବିଭକ୍ତ କରାଯାଇ ଟେଣ୍ଡର ପାଇଥିବା ଠିକା ସଂସ୍ଥା ଆଇଆଇଡବ୍ଳ୍ୟୁଏସ୍’କୁ ଜୋନ-୨ ଏବଂ ସନ୍ତୋଷ ରଥ ଓ ଅଶୋକ ପଣ୍ଡା ଠିକା ସଂସ୍ଥାଙ୍କୁ ଜୋନ-୧,୨ ଓ ୩ରେ ସଫେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୱାର୍ଡ ସଂଖ୍ୟା୨, ୩, ୪ ଓ ୫ରେ ପୈାରସଂସ୍ଥା ଅଧିନରେ ଥିବା ନିୟମିତ ୩୩ ଜଣ ସଫେଇ କର୍ମଚାରୀଙ୍କୁ ଉକ୍ତ ୱାର୍ଡଗୁଡିକରେ ସଫେଇ କାର୍ଯ୍ୟ ପାଇଁ ନିୟୋଜିତ କରାଯାଇଥିବା ନେଇ ପୈାର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ପ୍ରତ୍ୟେକ ଜୋନରେ ସଫେଇ କାର୍ଯ୍ୟ ବାବଦକୁ ଠିକା ସଂସ୍ଥାକୁ ୬୫ ରୁ ୭୦ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ୩ଦିନ ଧରି ରାୟଗଡା ସହରରେ ସଫେଇ କାର୍ଯ୍ୟ ବନ୍ଦ ଥିଲେ ମଧ୍ୟ ଠିକା ସଂସ୍ଥାମାନଙ୍କ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ମଧ୍ୟ ଧାରଣାରେ ବସି ରହିଥିବା ସଫେଇ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ ସୁଦ୍ଧା ଧାରଣାରୁ କେହି ହେଲେ ବିରତୀ ନେଇ ନାହାନ୍ତି । ଯଥାଶୀଘ୍ର ସଫେଇ କର୍ମଚାରୀଙ୍କ ଦାବି ସମାଧାନ ଦିଗରେ ପୈାର ପ୍ରଶାସନ କୈାଣସି ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ରାୟଗଡା ସହରରେ ଏକ ଅସ୍ୱାସ୍ଥ୍ୟକର ପରିବେଶରେ ସହରବାସୀ ପେଶି ହେବେ ତାହିଁରେ ଟିକେ ହେଲେ ସନ୍ଦେହ ନାହିଁ । ବର୍ତମାନ ସଫେଇ କର୍ମଚାରୀଙ୍କ ଧାରଣାକୁ ବିଜେପି ଓ ଆପ୍ ଦଳ ପକ୍ଷରୁ ସମର୍ଥନ କରାଯାଇଛି ।