ରୁପ୍ରାରୋଡ ହାଇସ୍କୁଲରେ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ରୁପ୍ରାରୋଡ ହାଇସ୍କୁଲରେ ଠାରେ ଆଜି ଦିନ ୧୦ ଘଣ୍ଟା ସମୟରେ ୱାର୍ଲଡଭିଜନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଫିଲ୍ଡ ସୁପରଭାଇଜର ପ୍ରତିମା ତାଣ୍ଡିଙ୍କ ନେତୃତ୍ୱରେ ବାଲ୍ୟ ବିବାହ ଉପରେ ଛାତ୍ରଛାତ୍ରୀଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ୱାର୍ଲଡ ଭିଜନ ତରଫରୁ ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତରେ “କେଆର ଗୃପ ମୋଡେଲ” କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ନର୍ଲା ବ୍ଲକର ୧୧ ଗୋଟି ଗ୍ରାମ ପଞ୍ଚାୟତରେ “ଶିଶୁ ସୁରକ୍ଷା ଅଭିଯାନ” ଉପରେ କାର୍ଯ୍ୟ ଚାଲିଛି।

Omkar Vasthu
Omkar Vasthu


ଏଥିପାଇଁ ଗତ ସପ୍ତାହରେ ଶିଶୁ ସୁରକ୍ଷା ସଚେତନତା ରଥ ମଧ୍ୟ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେଇ ଅଞ୍ଚଳ ପରିକ୍ରମା କରିଥିଲା। ଗତ ଗୁରୁବାର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦ୍ର ମହାପାତ୍ର ଭର୍ଚୁଆଲ ମିଟିଂରେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହାପରେ ରାକ୍ସି, ସରିଆଁ ପ୍ରଭୃତି ଗ୍ରାମ ପଞ୍ଚାୟତରେ ୱାର୍ଲଡ ଭିଜନ ତରଫରୁ ଶିଶୁ ସୁରକ୍ଷା ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କ୍ରମରେ ଆଜି (ମଙ୍ଗଳବାର) ରୁପ୍ରାରୋଡ ସରକାରୀ ହାଇସ୍କୁଲର ୯ମ ଓ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ବାଲ୍ୟ ବିବାହ ପ୍ରତିରୋଧକୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ରୁପ୍ରାରୋଡ ସରପଞ୍ଚ ଚିତ୍ତରଞ୍ଜନ ରଣା ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ବାଲ୍ୟ ବିବାହ ସମାଜ ପ୍ରତି କେତେ ଭୟଙ୍କର ସେ ବିଷୟରେ ମାର୍ଗଦର୍ଶନ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna


ଏଥିରେ ପ୍ରଥମେ ୱାର୍ଲଡ ଭିଜନ ଅନୁଷ୍ଟାନର ଫିଲଡ ସୁପରଭାଇଜର ପ୍ରତିମା ତାଣ୍ଡି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏଏନଏମ ତିଳୋତ୍ତମା ପଣ୍ଡା, ହାଇସ୍କୁଲର ବରିଷ୍ଠ ଶିକ୍ଷକ ନେପାଳ ଭୋଇ, ଅଙ୍ଗନୱାଡି କର୍ମୀ ରେଣୁକା ଦାସ୍, ସୁନୀତା ଦାସ୍, ଆଶାକର୍ମୀ ରୀନା ସେଠ୍, ଅମୃତା ସାହୁ, ପୂର୍ଣ୍ଣିମା ବାଗ୍, ଯଶୋଦା ନାଏକ ପ୍ରମୁଖ ଉପସ୍ଥିତ ରହି ବାଲ୍ୟ ବିବାହ ଉପରେ ମାର୍ଗଦର୍ଶନ ଦେଇଥିଲେ। ନିଜ ଗାଁ ତଥା ଆଖପାଖରେ ବାଲ୍ୟ ବିବାହ ଅନୁଷ୍ଠିତ ହେଉଥିଲେ ଏହାକୁ ରୋକିବା ପାଇଁ ଟୋଲ ଫ୍ରି ନମ୍ବର ୧୦୯୮ ରେ ଫୋନ କରି ପ୍ରଶାସନକୁ ଜଣାଇବା ପାଇଁ କୁହାଯାଇଥିଲା।

Udyog Nursery
Udyogi Nursery

ଶେଷରେ ଛାତ୍ରଛାତ୍ରୀଙ୍କୁ ନେଇ ବାଲ୍ୟ ବିବାହ ରୋକିବା ସମ୍ବନ୍ଧରେ ଶପଠ ପାଠ କରାଯାଇଥିଲା। ନର୍ଲା ବ୍ଲକର ୧୧ ଗୋଟି ଗ୍ରାମ ପଞ୍ଚାୟତରେ ପର୍ଯ୍ୟାୟକ୍ରମେ ଏହି ଶିଶୁ ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଜାନୁୟାରୀ ଶେଷ ଯାଏଁ ଚାଲିବ ବୋଲି ଶ୍ରୀମତୀ ତାଣ୍ଡି ସୂଚନା ଦେଇ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.