ଆମେରିକାରେ ଓଡ଼ିଆଙ୍କ ଫ୍ଲୋରିଆ ଉତ୍ସବ

ଫ୍ଲୋରିଡା: ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡା ରାଜ୍ୟ ଅନ୍ତର୍ଗତ ଟାମ୍ପୋ ସହରରେ ଅନୁଷ୍ଠିତ ହୋଇଯାଇଛି ଫ୍ଲୋରିଆ ଉତ୍ସବ ୨୦୨୧। ଟାମ୍ପୋ ସହରରେ ବସବାସ କରୁଥିବା ଓଡ଼ିଆ ମାନଙ୍କ ଦ୍ବାରା ଆୟୋଜିତ ଉକ୍ତ ଉତ୍ସବରେ ଟାମ୍ପୋ ସହରର ବରିଷ୍ଠ ବୁଦ୍ଧିଜୀବୀ ଉମା ବଲ୍ଲଭ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଓଡ଼ିଆଙ୍କ ଆରାଧ୍ଯ ଦେବତା ଜଗନ୍ନାଥଙ୍କ ଶ୍ରୀଚରଣରେ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବର ଶୁଭ ଉଦଘାଟନ କରିଥିଲେ।

Omkar Vasthu
Omkar Vasthu


ଉତ୍ସବରେ ଓଡ଼ିଆ ଗୀତ, ଭଜନ, ନୃତ୍ୟ, ମଞ୍ଚନାଟକ, ଅଭିନୟ, ଫେନସି ଡ୍ରେସ ଓ ଫେସନ ସୋ ବେଶ ଆକର୍ଷଣୀୟ ଥିଲା।ଶୁଭ୍ରାସନ୍ତୋଷୀ ଗୌଡ ଏବଂ ଶୁଭଦ୍ରା ସାହୁଙ୍କ ସମ୍ବଲପୁରୀ ରଙ୍ଗବତୀ ନୃତ୍ୟରେ ଝୁମି ଉଠିଥିଲେ ଦର୍ଶକ। ଉତ୍ସବରେ ଲିନା, ଶୁଭ୍ରା, ପ୍ରତ୍ୟୁଷା, ଶ୍ରେୟାନ, ଲକି, ଆଦ୍ୟାଶା, ଡିମ୍ପି, ସମୀକ୍ଷା, ସାରସ, କେଦାର ପ୍ରମୁଖଙ୍କ ସମେତ ଅନେକ ଓଡ଼ିଆ ମଞ୍ଚରେ ଅଭିନୟ କରିଥିଲେ।

Pearl dental clinic
Near Ashish Medical Store, Bhawanipatna


ଟାମ୍ପୋ ସହର ଓଡ଼ିଆ କମିଟିର ମଳୟ ବେହେରା, ପରେଶ ବାହାଦୁର, ଶ୍ରବଣ କୁମାର, ରବିନ୍ଦ୍ର କୁମାର, ଶେଖର ଦୋରା, ଗଙ୍ଗାଧର ବାରିକ, ଗୋପ ରାଉତରାୟ, ଶୁକଦେବ ଗିରି, ପ୍ରଦୀପ୍ତ ଦାଶ, ଦିପୁ ବିଶ୍ବାଳ ପ୍ରମୁଖ ବରିଷ୍ଠ ଓଡ଼ିଆ ବ୍ୟକ୍ତିତ୍ବଙ୍କ ସହ ଫ୍ଲୋରିଆ ଓଡିଆ ଉତ୍ସବ ପରିବାର ଉତ୍ସବଟିକୁ ଆୟୋଜନ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.