ମ.ରାମପୁରକୁ ରାଜସ୍ୱ ମାନ୍ୟତା ପ୍ରସଙ୍ଗ: ରାଜସ୍ୱ ମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କଲା ମିଳିତ କ୍ରିୟାନୁଷ୍ଠାନ କମିଟୀ

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପ୍ରସଙ୍ଗରେ ଗତ ୬ ତାରିଖରେ ମ.ରାମପୁରକୁ ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦେଇଥିଲା ମିଳିତ କ୍ରିୟାନୁଷ୍ଠାନ କମିଟୀ। ଏହି ବନ୍ଦ ଡ଼ାକରା ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଏବଂ ସଫଳ ହେବା ପରେ ମିଳିତ କ୍ରିୟାନୁଷ୍ଠାନ କମିଟୀର ସଭାପତି ବରିଷ୍ଠ ଆଇନଜୀବୀ ଜୟ କୁମାର ସିଂହଦେଓଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନର୍ଲା ବିଧାୟକ ଭୂପିନ୍ଦର ସିଂହଙ୍କ ତତ୍ୱାବଧାନରେ ରାଜସ୍ୱ୍ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଦାବୀ ପତ୍ର ପ୍ରଦାନ କରିଥିବା ଜଣାଯାଇଛି। ଦାବୀ ପତ୍ର ଗ୍ରହଣ ଅବସରରେ ମୁଁ ଏ ଦିଗରେ ପଦକ୍ଷେପ ନେବି ବୋଲି କହିଥିଲେ। ଶ୍ରୀ ମାରାଣ୍ଡିଙ୍କ ସମେତ ବିଜୁ ଜନତା ଦଳର ସାଂଗଠନିକ ସଂପାକ ପ୍ରଣବ ପ୍ରକାଶ ଦାଶ, ରାଜସ୍ୱ ସଚିବଙ୍କୁ ମଧ୍ୟ ଏହି ଦାବୀପତ୍ର ପ୍ରଦାନ କରାଯାଇଥିଲା। ଏହି ଦାବୀପତ୍ର ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ପରିଷଦ ସଭ୍ୟ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର ସିଂହଦେଓ ମ.ରାମପୁର ପଂଚାୟତ ସମିତି ଅଧ୍ୟକ୍ଷ ଜୀବେଶ କମାର ପଣ୍ଡା, ବରିଷ୍ଠ ଆଇନଜିବୀ ବିଶ୍ୱମ୍ବର ମହାନ୍ତି, ସପନ କୁମାର ପଟ୍ଟନାୟକ, ମ.ରାମପୁର ସରପଞ୍ଚ ଚିତ୍ତରଞ୍ଜନ ବାଗ ଉପସ୍ଥିତ ରହିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀରେ ଦୀର୍ଘ ପ୍ରାୟ ତିରିଶ ବର୍ଷ ହେଲା ବିଭିନ୍ନ ସମୟରେ ଓକିଲ ସଂଘ ଦାବୀ, ଗଣଧାରଣା, ବନ୍ଦ ପାଳନ ଭଳି ବିଭିନ୍ନ କାର୍ଯ୍ୟକ୍ରମ କରିବା ସହିତ ଦାବୀ ହାସଲ ଯାଏଁ ସଂଗ୍ରାମ ଜାରୀ ରଖିବ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟୀର ସଭାପତି ଶ୍ରୀ ସିଂହଦେଓ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.