କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ପରିସରରେ ବ୍ଲକ ସ୍ତରୀୟ ନିଯୁକ୍ତି ମେଳା- ୨୦୨୧ ଅନୁଷ୍ଠିତ ହୋଇଯାଇଛି। ନିଯୁକ୍ତି ମେଳାରେ ନର୍ଲା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ମେଳାଟିକୁ ଉଦ୍ଘାଟନ କରିଥିବା ବେଳେ, ସମ୍ମାନୀତ ଅତିଥି ଭାବରେ ନର୍ଲା ବିଡ଼ିଓ ମାନସ ରଞ୍ଜନ ତ୍ରିପାଠୀ, ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଯୋଗଦାନ କରି ଶିକ୍ଷିତ ବେକାର ଯୁବକ ଓ ଯୁବତୀ ମାନଙ୍କ ସଂଖ୍ୟା କମ ହେବ କ’ଣ ଧିରେଧିରେ ବଢିବାରେ ଲାଗିଛି ଏମାନଙ୍କୁ ନିଯୁକ୍ତି ଦେବା ତଥା ଜୀବନ ଜୀବିକା ନିର୍ବାହନ ପାଇଁ କର୍ମ ସଂସ୍ଥାନ ଯୋଗାଇବା ଆମ ମାନଙ୍କ ପ୍ରଥମ କର୍ତ୍ତବ୍ୟ ହେବା ବିଧେୟ ବୋଲି ତାଙ୍କ ଅଭିଭାଷଣରେ କହିଥିଲେ।
ଜିଲ୍ଲା ଏମ୍ପ୍ଲୟମେଣ୍ଟ ଅଧିକାରୀ ବିଜୟ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଏମ୍ପ୍ଲଏମେଣ୍ଟ ଅଧିକାରୀ ଅଜିତ ଉତ୍ତରାୟ, ସ୍କିଲ ଇଣ୍ଡିଆ ସଂଯୋଜକ ଶ୍ରୀମନ୍ତ ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ଟିକୁ ବିଏଲସି ସନତ କୁମାର ସାହୁ ଓ ପ୍ରଭାସିନୀ ଏକ୍କା ପରିଚାଳନା କରିଥିଲେ। ଅତିଥି ବୃନ୍ଦ ଆଜିର ନିଯୁକ୍ତି ମେଳାରେ ଯୋଗଦାନ କରିଥିବା ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କ ଦକ୍ଷତା ପରିମାପ କରିବା ସହ ବିଭିନ୍ନ କ୍ଷେତ୍ରରେ କାମ କରିବା ପାଇଁ ସେମାନଙ୍କ ଆଗ୍ରହ କଥା ପଚାରି ବୁଝିଥିଲେ। ଏହି ନିଯୁକ୍ତି ମେଳାରେ ୨୯୮ ଜଣ ଶିକ୍ଷିତ ଯୁବକ ଯୁବତୀ ସେମାନଙ୍କ ନାମ ପଞ୍ଜିକରଣ କରି ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଭିତ୍ତିକ ଆଲୋଚନା କ୍ଷେତ୍ରରେ ଅଂଶ ଗ୍ରହଣ କରିଥିବା ପ୍ରାପ୍ତ ସୂଚନାରୁ ଜଣାପଡିଛି। ଓର୍ମାସ୍ ଭଳି ୧୪ ଗୋଟି କର୍ମ ଯୋଗାଣକାରୀ ସଂସ୍ଥା ଏହି ନିଯୁକ୍ତି ମେଳାରେ ଅଂଶ ଗ୍ରହଣ ପୂର୍ବକ ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ କ୍ଷେତ୍ରପାଇଁ ଚୟନ କରିଥିଲେ।