ଅନନ୍ତ ଶ୍ରୀକ୍ଷେତ୍ର ଦଶପୁରଠାରେ ଷୋହଳ ପ୍ରହାର ନାମ ଯଜ୍ଞ

ଟେମରି, (ଜଗଜ୍ଜିବନ ସା): ଗୋଲାମୁଣ୍ଡା ବ୍ଲକର ଅନନ୍ତ ଶ୍ରୀକ୍ଷେତ୍ର ଦଶପୁରଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବାର୍ଷିକ ଉତ୍ସବ ପାଳନ ଉପଲକ୍ଷେ ଷୋହଳ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ନାମଯଜ୍ଞରେ କର୍ତ୍ତା ଭାବରେ ସୁରେଶ ଚନ୍ଦ୍ର ସାହୁ ଓ ତାଙ୍କ ଧର୍ମ ପତ୍ନୀ କାର୍ଯ୍ୟ ସଂପାଦନ କରିଥିବା ବେଳେ ପୂଜକ ଭାବରେ ପ୍ରକାଶ ଚନ୍ଦ୍ର ପାଢି, ଜପକ ଭାବରେ ପ୍ରଫୁଲ୍ଲ ପଣ୍ଡା ଓ ମାଧବ ପଣ୍ଡା ଏବଂ ପାଚକ ପ୍ରତାପ ଖମାରୀ ପରମ୍ପରାନୁଯାୟୀ ସମସ୍ତ ପୂଜାବିଧି କାର୍ଯ୍ଯ ସମ୍ପାଦନା କରିଥିଲେ ।

ଏହି ଷୋହଳ ପ୍ରହର ନାମଯଜ୍ଞରେ ଦଶପୁର, ବୃନ୍ଦାବାହାଲ , ନାସୀ ଗାଁ, ହୀରାପୁର, ମାଲ ଗାଁ, ଉପରବାହାଲ, ଅଧମୁଣ୍ଡା, ଘଣ୍ଟବାହାଲି ଓ କଟିଙ୍ଗପଦର (ଝିଅ ଦଳ) ସଂକୀର୍ତ୍ତନ ଭକ୍ତ ବୃନ୍ଦ ହରେ କୃଷ୍ଣ ହରେ ରାମ ମହାମନ୍ତ୍ର ନାମ ଉଚ୍ଚାରଣ କରି ମଧୁର ଗାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅନନ୍ତ ଶ୍ରୀ କ୍ଷେତ୍ର ଟ୍ରଷ୍ଟ ଓ ଷୋହଳ ପ୍ରହର ନାମଯଜ୍ଞ କମିଟି ଆୟୋଜନ କରିଥିବାବେଳେ ଦଶପୁ୍ର ଗ୍ରାମବାସୀ ସହଯୋଗରେ ଆଜି ଦାଧିହାଣ୍ଡି ଭଗ୍ନକରି ନାମ ଯଜ୍ଞ ସମାପନ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.