କବିତା: ସିଏ କେବଳ ଅସଲମ୍ ଦା’ହିଁ ହେଇପାରେ

✒️ହେମନ୍ତ ସାହୁ

ଗୋଟେ ଯୁଗର ଯନ୍ତ୍ରଣାକୁ ଛାତିରେ ଧରି
ଓଠରେ ଯିଏ ଧାରେ ହସ ଖଂଜି ଦେଇପାରେ
ହସି ହସି ସବୁ ବ୍ୟଥାକୁ ଗପ କରିପାରେ
ସମୟ ଯା ଆଗରେ,ନିଜେ ନିଜେ ହାରେ
ସିଏ କେବଳ ଅସଲମ୍ ଦା’ହିଁ ହେଇପାରେ ।ା

Omkar Vasthu
Omkar Vasthu

ବାପାଙ୍କ ପାଖରୁ ବଂଶ ସୂତ୍ରରେ ପାଇଥିବା ଛାତି
ଯୋଉ ଛାତିରେ କେବଳ ଥାଏ ଗୋଟେ ପ୍ରେମଗୀତି
ସେ ଗୀତକୁ ଗୁଣୁ ଗୁଣୁ ଗାଉଥାଏ,ଯିଏ ନିଜ ସୁରେ
ସିଏ କେବଳ ଅସଲମ୍ ଦା’ ହିଁ ହେଇପାରେ ।ା

Pearl dental clinic
Near Ashish Medical Store, Bhawanipatna

ତମେ ଖେଦି ପାରିନଥିବା ଡ଼ଙ୍ଗର, ଝର୍ଣ୍ଣା
ଭେଦି ପାରିନଥିବା ପାହାଡ଼ୀ ବନ୍ୟା
ତା ଉପରେ ରାତି ଅଧରେ ପାଦ ଥୋଇପାରେ
ସିଏ କେବଳ ଅସଲମ ହିଁ ହେଇପାରେ ।ା

Udyog Nursery
Udyogi Nursery

ନିଜ ଭିତରେ ହାରୁ ନଥିବା ଗୋଟେ ସୈନିକ
ଭୟଙ୍କର ରାତି, ଆଉ ମୃତ୍ୟୁ ଗଡ଼ରେ ଯିଏ ନିର୍ଭୀକ
ନିଜ ବିରୁଦ୍ଧରେ ଯିଏ ଯୁଦ୍ଧ ଘୋଷିପାରେ
ସିଏ କେବଳ ଅସଲମ୍ ଦା’ ହିଁ ହେଇପାରେ ।ା

ତଲସାଗରପଡା, ମ.ରାମପୁର, କଳାହାଣ୍ଡି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.