ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ କୋଭିଡ ସହାୟତା ପ୍ରଦାନ

କୋକସରା, (ହିରଣ୍ୟ ବେହେରା): କୋଭିଡ ମହାମାରୀ ଯୋଗୁଁ ଗରୀବ ଜନସାଧାରଣଙ୍କ ଆର୍ଥିକ ଅବସ୍ଥା ଗୁରୁତର ପ୍ରଭାବିତ ହୋଇଛି । ଏହାକୁ ନେଇ ରାଜ୍ୟ ସରକାର ଜାତିୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ କୋଭିଡ ସହାୟତା ରାଶି ୧ହଜାର ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଏହାକୁ ଉଦ୍‌ଘାଟନ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କ୍ରମରେ କୋକସରା ବ୍ଲକ କାର୍ଯ୍ୟାଳୟ ସଭାଗୃହ ରେ ବିଡିଓ ମନୀଷା ଦାସ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ବ୍ଲକ ଯୋଗାଣ ନିରିକ୍ଷକ ଜଗାରାମ ମୁର୍ମୁ, କୋକସରା ପିଇଓ ବିରଞ୍ଚି ନାରାୟଣ ଖର୍ସେଲ, ବ୍ଲକ ପ୍ରଗତି ସହାୟକ କ୍ଷମାନିଧି ଶବର ପ୍ରମୂଖ ଉପସ୍ଥିିତରେ ହିତାଧିକାରୀଙ୍କୁ କୋଭିଡ ସହାୟତା ରାଶି ଏକ ହଜାର ଟଙ୍କା ପ୍ରଦାନ କରାଯାଇଛି । ବ୍ଲକ ର ୨୨ ପଞ୍ଚାୟତରୁ ୩୨ ହଜାର ୪୯୬ ଜଣ ହିତାଧିକାରୀ ଏହି ସହାୟତା ରାଶି ପାଇବେ ବୋଲି ସୂଚନା ମିଲିଛି । କୋଭିଡ ମହାମାରୀ ସମୟରେ ପୁଣିଥରେ ରାଜ୍ୟ ସରକାର ଆର୍ଥିକ ସହାୟତ ପ୍ରଦାନ କରିଥିବାରୁ ଜନସାଧାରଣ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.