କୋକସରା,(ହିରଣ୍ୟ ବେହେରା): କୋକସରା ବ୍ଲକ କାର୍ଯ୍ୟାଳୟ ପରିସରରେ ନରସିଂହ ବିଷ୍ଣୁପ୍ରିୟା ସେବା ଟ୍ରଷ୍ଟ ପକ୍ଷରୁ ବୁଧବାର କରୋନା ଯୋଦ୍ଧା ସମ୍ମାନିତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସମ୍ମାନିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୌଷଧି ବାଗ ଯୋଗଦେଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ କୋକସରା ବିଡିଓ ମନୀଷା ଦାସ, ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ସିଡିପିଓ କୁସୁମ ବେହେରା, ଡହଗାଁ ସରପଞ୍ଚ ଯଦୁମଣି ହଂସ, ବ୍ଲକ ପ୍ରଗତି ସହାୟକ କ୍ଷମାନିଧି ସାହୁ ପ୍ରମୂଖ ଯୋଗଦେଇ କରୋନା ମହାମାରୀ ସମୟରେ ଆଶକର୍ମୀ, ଅଙ୍ଗନୱାଡି କର୍ମୀମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପ୍ରଦାନ କରିଛନ୍ତି ବୋଲି କହିଥିଲେ ।
ଏହି ଅବସରରେ ଧର୍ମଗଡ ବିଧାୟକ କୋକସରା ସିଡିପିଓ ଙ୍କୁ ସମ୍ମାନିତ କରିଥିଲେ । ସେହିପରି ବ୍ଲକର ୧୬୭ ଅଙ୍ଗନୱାଡି କର୍ମୀ, ୧୩୩ ଆଶା କର୍ମୀ ଓ ସମସ୍ତ ସିଆର୍ପି ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଜିପିଓ ନାରାୟଣ ଭୋଇ ପରିଚାଳନା କରିଥିଲେ ।