ଡିଆଇଇଟିର ବାର୍ଷିକ ଉତ୍ସବ ଆୟୋଜିତ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି), କଳାହାଣ୍ଡିର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ-ପ୍ରଶିକ୍ଷକ ନରୋତ୍ତମ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଭବାନୀପାଟଣା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ତ୍ରିଲୋଚନ ଜେନା ମୁଖ୍ୟ ବକ୍ତା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରତିଷ୍ଠାନର ବାର୍ଷିକ ବିବରଣୀ ପଠନ କରିଥିଲେ ବରିଷ୍ଠ ଶିକ୍ଷକ-ପ୍ରଶିକ୍ଷକ ରାମଚନ୍ଦ୍ର ବାଗ । ପୁରସ୍କାର ବିତରଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ-ପ୍ରଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା । ସମଗ୍ର କାର୍ଯ୍ୟକ୍ରମରେ ଶିକ୍ଷକ-ପ୍ରଶିକ୍ଷକ ଅରୁଣ କୁମାର ଭୋଇ, ରାଜେଶ କୁମାର ଭୋଇ, ଅଚ୍ୟୁତାନନ୍ଦ ମଲ୍ଲିକ, ସୁଶ୍ରୀ ବିଜଲି ଏକ୍କା, ସୁଶ୍ରୀ ସୁନୀତା ଦୁର୍ଗା, ନିହାରୀକା ଦେବୀ, କର୍ମଚାରୀ ପ୍ରଶାନ୍ତ ମିଶ୍ର, ସଂଯୁକ୍ତା ମହାନ୍ତି, ସୁଦୀପ ବୈଠାରୁ, ତ୍ରିନାଥ ଶବର, ଶ୍ରୀକାନ୍ତ ନାଏକ ପ୍ରମୁଖ ସହଯୋଗ କରିଥିଲେ । ପ୍ରଥମ ଓ ଦ୍ଵିତୀୟ ବର୍ଷର ଗୁରୁଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.