ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସାହିତ୍ୟିକ କବି ବନ୍ଧୁ ପରିବାରର ନିରନ୍ତର ଚାଲି ଆସୁଥିବା ଭର୍ଚୁଆଲ ଆସର ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଆସନ ଅଳଙ୍କୃତ କରି ଦେଶର ପ୍ରଥମ ସିଡିଏସ ସହୀଦ ବିପିନ ରାଓ୍ଵାତଙ୍କ ସୁଗୁଣ ସମୂହ ଉପରେ ବକ୍ତବ୍ୟ ରଖିଥିଲେ ଅନୁଷ୍ଠାନର ବଡ଼ଭାଇ ବିଶ୍ଵେଶ୍ଵର ମାଝୀ। ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆସରରେ ଓମକାର ନାଦ ସହ ସ୍ଵାଗତ ସଙ୍ଗୀତ ଓ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ ରଞ୍ଜନ କୁମାର ମହାନ୍ତି। ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକ ସଭାପତିତ୍ବ ସମ୍ଭାଷଣ ରଖିଥିବାବେଳେ ଆଭାସୀ କାର୍ଯ୍ୟକ୍ରମର ସଂଚାଳନରେ ଥିଲେ ସଞ୍ଜୟ କୁମାର ସାହୁ। ଶେଷରେ ଶାନ୍ତିପାଠ ଓ ଧନ୍ୟବାଦ ଅର୍ପଣ କରିଥିଲେ ରତିନାରାୟଣ ରାଉତ।ଉକ୍ତ ଆସରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୪୦ରୁ ଉର୍ଦ୍ଧ୍ବ ବାଗ୍ମୀ ସ୍ରଷ୍ଟା ନିଜର ସ୍ଵରଚିତ କବିତା ପାଠକରି ବୀର ସହୀଦଙ୍କୁ ଶବ୍ଦରେ ଶବ୍ଦରେ ସଲାମ କରିଥିଲେ।