କେସିଙ୍ଗା, (ମଧୂସୁଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ମଶାଣିବନ୍ଧ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ର ଚିରାଗ ରୋସନ ସାହା ଚଳିତ ଶିକ୍ଷା ବର୍ଷର ତୃତୀୟ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ କେସିଙ୍ଗା ବ୍ଳକରେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟର ଗୌରବ ଅର୍ଜନ କରିଛନ୍ତି । ସେ ବେଳାମାଳ ଗ୍ରାମର ନୀଳାମ୍ବର ସାହା ଓ ଡଲି ସାହାଙ୍କ ସୁପୁତ୍ର ଅଟନ୍ତି । ଏହାସହ ଏହି ବିଦ୍ୟାଳୟର ଛାତ୍ରୀ ଅଙ୍କିତା ସାହା ବ୍ଳକ ସ୍ତରରେ ନବମ ସ୍ଥାନ ଅଧିକାର କରିଛନ୍ତି । ସେ କାଣ୍ଡେଲ ଗ୍ରାମର ସୁରେଶ ଚନ୍ଦ୍ର ସାହା ଓ ଡୁଲେଶ୍ଵରୀ ସାହାଙ୍କ କନ୍ଯା ଅଟନ୍ତି । ଏହି ସଫଳତା ପାଇଁ ଛାତ୍ରଛାତ୍ରୀ ମାନଙ୍କର ପିତାମାତା ଓ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପୁରୋହିତ ନାୟକ, ପ୍ରତିଷ୍ଠାତା ବିଷ୍ଣୁ ପଦ ଘଡେଇ, ପରିଚାଳନା ସମ୍ପାଦିକା ଲଳିତା ଘଡେଇ ଏବଂ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଖୁସି ବ୍ୟକ୍ତ କରିଛନ୍ତି ।