ଜୋନ ୮ ଜିଲ୍ଲା ପରିଷଦ ପଦବୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କଲେ ଆଦିବାସୀ ନେତା ଭାନୁ ପ୍ରତାପ ସିଂ ମାଝୀ

ନୂଆପଡା: ଚଳିତ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନରେ ବିଭିନ୍ନ ପଦ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ ଚଳିତ ମାସ ୧୭ ତାରିଖରୁ ପ୍ରାର୍ଥୀପତ୍ର ଦାଖଲ କରିବା ର ଆରମ୍ଭ ହୋଇ ଯାଇଛି। ନୂଆପଡା ଜୋନ ୮ ର ସର୍ବାଙ୍ଗୀନ ଉର୍ନତି ପାଇଁ ଆଦିବାସୀ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଜିଲ୍ଲା ପରିଷଦ ସଭ୍ୟ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନିର୍ବାଚନୀ ଆୟୋଗର ଧାର୍ଯ୍ୟ କୋଭିଡ ନିୟମ ଅନୁସାରେ ନୂଆପଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ରାଜେନ୍ଦ୍ର ଢୋଲକିଆ ଓ ବିଜେଡି ସମର୍ଥକଙ୍କ ଉପସ୍ଥିତ ରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ତେବେ ନିଜ ଅଂଚଳରେ ବିଶେଷ ଭାବେ ସରକାରୀ ଯୋଜନା ସବୁକୁ ତୃଣମୂଳ ସ୍ତରରେ ଲୋକଙ୍କ ଠାରେ ପହଞ୍ଚାଇବା ପାଇଁ ଅହରହ କାର୍ଯ୍ୟ କରିବେ ବୋଲି ଜନ ସାଧାରଣ ଙ୍କ ଆଶୀର୍ବାଦ କାମନା କରିଛନ୍ତି ଶ୍ରୀ ମାଝୀ। ଏହା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନୂଆପଡା ବିଧାୟକ ଶ୍ରୀ ଢୋଲକିଆଙ୍କ ଦକ୍ଷ ନେତୃତ୍ୱକୁ ଆଗେଇ ନେବେ ବୋଲି ବୋଲି ଶ୍ରୀ ମାଝୀ ମତ ପ୍ରକାଶ କରିଛନ୍ତି।

ନୂଆପଡ଼ା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.