ସୀମାନ୍ତରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ନିଜର ପ୍ରୟାସ ଜାରି ରଖିଛି ରାୟଗଡ ଜିଲ୍ଲା ବିକାଶ ମଞ୍ଚ

ରାୟଗଡା, (ଶିବ ନାରାୟଣ ଗୈାଡ): ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଓଡ଼ିଆ ଭାଷାର ପ୍ରସାର ଓ ପ୍ରଚାର ପାଇଁ ପଦକ୍ଷେପ ନେଇଛି ରାୟଗଡ ଜିଲ୍ଲା ବିକାଶ ମଞ୍ଚ । ଏହି ପରିପ୍ରେକ୍ଷୀରେ ଆଜି ରାୟଗଡ ସଦର ମହକୁମାଠାରୁ ୨୫ କିଲୋମିଟର ଦୁରତ୍ୱରେ ଥିବା ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବା କେରେଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏମ୍ଫଲବାଲାସା ଗ୍ରାମରେ ପହଞ୍ଚି ଗ୍ରାମରେ ରହୁଥିବା ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ପ୍ରାୟ ୩୦ଜଣ ଛାତ୍ରଛାତ୍ରୀ ମାନଙ୍କୁ ମଧୁ ବର୍ଣ୍ଣବୋଧ ପୁସ୍ତିକା, ଲିଖନୀ ପୁସ୍ତିକା, ପେନସିଲ, ରବର ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ।

Omkar Vasthu
Omkar Vasthu


ଉକ୍ତ ଗ୍ରାମ ଠାରୁ ଏକ କିଲୋମିଟର ଦୂରରେ ଆନ୍ଧ୍ରପ୍ରଦେଶର ଗ୍ରାମ ଗୁଡିକ ରହିଛି । ବିଗତ ଦିନରେ ଆନ୍ଧ୍ର ସରକାର ତରଫରୁ ଉକ୍ତ ଗ୍ରାମରେ ଆନ୍ଧ୍ର ବିଭିନ୍ନ ଉନ୍ନୟନ ମୂଳକ ଲିଖିତ ଥିବା ପ୍ରଚାରପତ୍ର ବଣ୍ଟନ କରିଥିଲେ ଯାହା ଗତ ଦିନରେ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା । ଏମ୍ଫଲବାଲାସା ଗ୍ରାମ ଠାରୁ ୩ କିଲୋମିଟର ଦୂରରେ ଥିବା ଅନିଜା ଗ୍ରାମରେ ଥିବା ବିଦ୍ୟାଳୟରେ ଉକ୍ତ ଗ୍ରାମର ଛାତ୍ରଛାତ୍ରୀ ମାନେ ପାଠ ପଢୁଥିବା ପ୍ରକାଶ କରିଛନ୍ତି । ସେହି ଗ୍ରାମରେ ବାସ କରୁଥିବା ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମାନେ ଓଡ଼ିଆ ଠାରୁ ତେଲୁଗୁରେ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା । ଏହି ସବୁକୁ ଦୃଷ୍ଟିରେ ରଖି ରାୟଗଡ ଜିଲ୍ଲା ବିକାଶ ମଞ୍ଚ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ସୀମାନ୍ତରେ ନିଜର ପ୍ରୟାସ ଜାରୀ ରଖିଥିବା ସଭାପତି ଦୟାନନ୍ଦ ଖାଡଙ୍ଗା ପ୍ରକାଶ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna


ଏହି ଅବସରରେ ରାୟଗଡ ଜିଲ୍ଲା ବିକାଶ ମଞ୍ଚର ସଭାପତି ଦୟାନନ୍ଦ ଖାଡଙ୍ଗା ନେତୃତ୍ୱରେ ଉପଦେଷ୍ଟା ସାରଥୀ ପଟ୍ଟନାୟକ, ସଭ୍ୟ ମନୋଜ କୁମାର ସାହୁ, ସୁରେଶ ସାହୁ, ଘସିରାମ ଜୟସିଂ, ସନ୍ତୋଷ ସାହୁ ଓ ସରୋଜ କୁମାର ସାହୁ ପ୍ରମୂଖ ଯୋଗ ଦେଇଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.