ଗଣତନ୍ତ୍ର ଦିବସ ପାଇଁ ରାୟଗଡାରେ ପାେଲିସ ବ୍ୟବସ୍ଥା କଡାକଡି

ରାୟଗଡା, (ଶିବ ନାରାୟଣ ଗୈାଡ): ମାଓ ପ୍ରବଣ ରାୟଗଡା ଜିଲ୍ଲାରେ ଆସନ୍ତାକାଲି ଗଣତନ୍ତ୍ର ଦିବସ ପାଳନକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଜିଲ୍ଲା ସଦର ମହକୁମାର ଜିସିଡି ଖେଳ ପଡିଆ ଠାରେ ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ହେବ । ଯାହାକୁ ନେଇ ରାୟଗଡା ସହରରେ ୩ପ୍ଲାଟୁନ ପାେଲିସ ଫୋର୍ସ ମୁତୟନ ସହ ୨୦ଜଣ ପୋଲିସ ଅଧିକାରୀ ଏବଂ ଛକ ଛକରେ ପୋଲିସ ମୁତୟନ କରାଯାଇଛି ।


ବିଶେଷ କରି ଗତ ୫ଦିନ ତଳେ ଜିଲ୍ଲାର କଲ୍ୟାଣସିଂହପୁର ବ୍ଳକରେ ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ଚେତାବନୀ ଭରା ମାଓ ବ୍ୟାନର ସହ ଏକ ଠିକା ସଂସ୍ଥାରେ ଗାଡିଗୁଡିକ ପାେଡାଜଳା କରାଯାଇ ନିଜ ଉପସ୍ଥିତ ଜାହିର କରାଯାଇଥିଲା। ତେଣୁ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖାଯିବା ସହ ନିଜେ ଏସପି ବିବେକାନନ୍ଦ ଶର୍ମା ପ୍ରତେକ୍ଷ ଭାବେ ମାଓ ଅପରେସନକୁ ଅନୁଧ୍ୟାନ କରିଛନ୍ତି ବୋଲି ଜିଲ୍ଲା ଅତରିକ୍ତ ଆରକ୍ଷୀ ଅଧିକ୍ଷକ ଅନନ୍ତ ନାରାୟଣ ମହାନ୍ତି ପ୍ରକାଶ କରିଛନ୍ତି ।


ସେହିପରି ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ରାୟଗଡା ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.