ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ କେଗାଁ ସରପଞ୍ଚ ଭାବେ ଅମୃତା ବଛା

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ସରପଞ୍ଚ ଭାବେ ଶ୍ରୀମତି ଅମୃତା ବଛା ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । କେଗାଁ ସରପଞ୍ଚ ପଦବୀ ପାଇଁ ୪ ଜଣ ପାର୍ଥିନୀ ନାମାଙ୍କନ ଦାଖଲ କରିଥିଲେ । ମଙ୍ଗଳବାର ୩ ଜଣ ପ୍ରାର୍ଥୀନି ନିଜର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ଯାହାଫଳରେ କେଗାଁ ସରପଞ୍ଚ ଭାବେ ଶ୍ରୀମତି ଅମୃତା ବଛା ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । କେଗାଁ ଓ ସାନଚେରଗାଁବାସୀ ମୋତେ ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ କରିଥିବାରୁ ସମସ୍ତଙ୍କ ସୁଖରେ ଦୁଃଖରେ ସାମିଲ ହୋଇ ମୋର ପରିବାର ପ୍ରତି ରଖିଥିବା ଆଶା ଓ ବିଶ୍ୱାସ ଅନୁସାରେ ଆଗାମୀ ଦିନରେ କାମ କରିବି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଶ୍ରୀମତି ଅମୃତା ବଛା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.