ଲୋକପ୍ରିୟତାର ଶିର୍ଷରେ ଡାଲଗୁମା ସମିତି ସଭ୍ୟ ପ୍ରାର୍ଥୀ ଚିନ୍ତାମଣି ଚଣ୍ଡି

ଓଡ଼ିଆ ବାର୍ତ୍ତା/କୋକସରା, (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡାଲଗୁମା ଗ୍ରାମପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଲଢେଇ କରୁଥିବା ଚିନ୍ତାମଣି ଚଣ୍ଡି ମାରାଥନ୍ ପ୍ରଚାରରେ ବାହାରିଛନ୍ତି । ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ତଥା ମହିଳା ଓ ଯୁବକ ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ତାଙ୍କର ଲକ୍ଷ୍ୟ ରହିଛି । ସରକାରଙ୍କ କୋଭିଡ ଗାଇଡ଼ ଲାଇନ ପାଳନ ସହ ସେ ନିଜ ପ୍ରଚାର କାର୍ଯ୍ୟ ଜାରି ରଖିଛନ୍ତି । ଜଣେ ବ୍ୟାଙ୍କ ମିତ୍ର ଭାବରେ କାର୍ଯ୍ୟ କରି ଶ୍ରୀ ଚଣ୍ଡି ଅନେକ ଅସହାୟ ବୃଦ୍ଧ ବୃଦ୍ଧା ଓ ସାଧାରଣ ହିତାଧିକାରୀଙ୍କୁ ସହଯୋଗ କରି ଆସିଛନ୍ତି । ଜଣେ ଉଦୀୟମାନ ଯୁବ ନେତୃତ୍ୱ ଭାବେ ସୁପରିଚିତ ଚିନ୍ତାମଣି ସମାଜସେବା ପାଇଁ ନିଜ ଜୀବନକୁ ସମର୍ପିତ କରିଛନ୍ତି ।

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

ସମାଜସେବା ଓ ଉତ୍ତମ ଜନସମ୍ପର୍କ ତାଙ୍କ ଲଢେଇରେ ସହାୟକ ହେବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ସେ ଡାଲଗୁମା ଗ୍ରାମର ଘର କୁ ଘର ଯାଇ ଭୋଟ ଭିକ୍ଷା କରିଛନ୍ତି । ଗ୍ରାମବାସୀମାନେ ମଧ୍ୟ ଶ୍ରୀ ଚଣ୍ଡିଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଲୋକଙ୍କ ଉତ୍ସାହରୁ ତାଙ୍କ ପ୍ରତି ସମର୍ଥନ ବାରି ହୋଇ ପଡ଼ିଛି । “କେଟଲି” ଚିହ୍ନରେ ଭୋଟ ଦେଇ ତାଙ୍କୁ ଜୟଯୁକ୍ତ କରାଇବା ପାଇଁ ଡାଲଗୁମା ପଞ୍ଚାୟତବାସୀଙ୍କୁ ଚିନ୍ତାମଣି ଚଣ୍ଡି ନିବେଦନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.