ଓଡ଼ିଆ ବାର୍ତ୍ତା/କଳାହାଣ୍ଡି: ଜୟପାଟଣା ବ୍ଲକ ମୁଖିଗୁଡାର ଜଣେ ବୃଦ୍ଧା ବହୁତ ଅସୁବିଧା ର ସମ୍ମୁଖୀନ ହେଉଥିଲେ । ସେ ଦିବ୍ୟାଙ୍ଗ ଥିବାସହ ବୟଷାଧିକ୍ୟ କାରଣରୁ ଠିକ ଭାବରେ ଚାଲି ନ ପାରିବାରୁ ଏକ ବାଉଁଶ ବାଡି ସାହାର୍ଯ୍ୟରେ ଚାଳୁଥିଲେ । ନିଜର ବୋଲି କେବଳ ସ୍ୱାମୀ ଛଡା ପିଲା ଝିଲା ନାହାନ୍ତି । ସେ ଦିବ୍ୟାଙ୍ଗ ହେତୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏହି ସମସ୍ୟା ବିଷୟରେ ଜାଣିଲାପରେ ଜିଲ୍ଲା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ଜଣେଇ ବୁଢ଼ୀ ମା ଙ୍କୁ ଗୋଟିଏ ହୁଇଲ ଚେୟାର ଦେବାକୁ ସମାଜସେବୀ ଯଶୋବନ୍ତ ରଣା ନିବେଦନ କରିଥିଲେ । ସମସ୍ୟା ବିଷୟରେ ଅବଗତ ହେଲାପରେ ଡିଏସଏସସୋ ଶ୍ରୀ ହୋତାଙ୍କ ନିର୍ଦ୍ଦେଶରେ ଜୟପାଟଣା ବ୍ଲକ ବିଏସଏସଓଙ୍କ ଜରିଆରେ ଏକ ହୁଇଲଚେୟାର ପ୍ରଦାନ କର ଯାଇଛି । ହୁୁଇଲଚେୟାର ପାଇଲା ପରେ ବୁଢ଼ୀ ମା ବହୁତ ଖୁସି ଅଛନ୍ତି । ସମାଜସେବୀ ଯଶୋବନ୍ତ ରଣାଙ୍କ ଏହିପରି କାର୍ଯ୍ୟକୁ ଅଞ୍ଚଳ ବସି ଭୁରି ଭୁରି ପ୍ରଶଂସା କରିଛନ୍ତି ।