ସହିଦ ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ଆଜି ଏକଦଶାହ କାର୍ଯ୍ୟ: ଝୁରୁଛନ୍ତି ବନ୍ଧୁପରିଜନ, ସାଙ୍ଗ ସାଥୀ

ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣରେ ହରାଇଥିଲେ ପ୍ରାଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଲ୍ୟାଣ୍ଡ ମାଇନ ବିସ୍ଫୋରଣକୁ ଆଜି ୧୧ ଦିନ ହେଉଥିବାବେଳେ ଏହି ବିସ୍ଫୋରଣରେ ସହିଦ ହେଇଥିବା ସାମ୍ବାଦିକ ରୋହିତଙ୍କୁ ଝୁୁରୁଛନ୍ତି ବନ୍ଧୁପରିଜନ । ସବୁବେଳେ ସବୁ କାର୍ଯ୍ୟରେ ଲୋଡ଼ା ହେଉଥିଲେ ଅଞ୍ଚଳବାସୀ ଏବଂ ବନ୍ଧୁମାନେ । ବିକାଶର ସ୍ୱପ୍ନ ପାଇଁ ସେ କଲମକୁ ତୟାର ରଖିଥିଲେ ।ମୋହନଗିରୀରେ ରହିଛି ପ୍ରସିଦ୍ଧ ଧବଳେଶ୍ୱର ଶୈବପୀଠ । ଆଗକୁ ଆସୁଛି ଶିବରାତ୍ରୀ । ପ୍ରତିବର୍ଷ ଖୋଜାପଡ଼ନ୍ତି ସାମ୍ବାଦିକ ରୋହିତ ବିଶ୍ୱାଳ । ଏହି ଐତିହାସିକ ଶୈବପୀଠର ରକ୍ଷଣାବେକ୍ଷଣ ଦିଗରେ ଅନ୍ୟମାନଙ୍କ ସହିତ ଗୋଡ଼କାଢିଥିଲେ ରୋହିତ ।

ସୀମାନ୍ତବର୍ତ୍ତୀ ଇଲାକାରେ ପ୍ରତିବର୍ଷ ଆୟୋଜିତ ହୁଏ ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ, ମୋହନଗିରୀ ସାର୍ବଜନୀନ ଦୁର୍ଗାପୂଜା, ରଥଯାତ୍ରା, ବିଭିନ୍ନ ଯାନିଯାତ୍ରା, ନେତୃତ୍ୱ ନିଅନ୍ତି ରୋହିତ । ରଙ୍ଗ ଖେଳଠାରୁ ଆରମ୍ଭ କରି ବର୍ଷର ବିଭିନ୍ନ ପର୍ବପର୍ବାଣୀରେ ସାଙ୍ଗଙ୍କ ଗହଣରେ ନିଜକୁ ସାମିଲ କରାଉଥିବା ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରଲୋକକୁ ଆଜି ୧୧ ଦିନ । ଗତ ଫେବୃଆରୀ ୫ ତାରିଖ ଦୁଲେନ ଛକ ନିକଟରେ ପ୍ରାଣହାନି ଘଟିଥିବା ରୋହିତଙ୍କୁ କିନ୍ତୁ ଭୁଲିପାରୁନାହାନ୍ତି ସାଙ୍ଗମାନେ । ତେଣୁ ବନ୍ଧୁଙ୍କ ସ୍ମୃତିରେ ଏକାଦଶାହ ଦିନ ଆୟୋଜନ କରିବେ ଏକ ଶୋକସଭା ତାଙ୍କରି ସ୍ମୃତି ଉଦ୍ଦେଶ୍ୟରେ । ଏବେ ବି ସାଙ୍ଗରେ ମିଶିଲା ଭଳି ଲାଗୁଛି ବୋଲି କହନ୍ତି ଲକ୍ଷ୍ମୀଧର ବେହେରା, ଶୁକଦେବ ସାହୁ, ଦିବାକର ସାହୁ, ସୂର୍ଯ୍ୟ ନାରାୟଣ ସାହୁ, କୌତୁକ ପନ୍ଦର, ଅମୀୟ ରଞ୍ଚନ ପଧାନ, ରାଜକିଶୋର ସାହୁ, ଦଶରୁ ବରିହା ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.