ଧର୍ମପରାୟଣା ଶତାୟୁ ମହିଳାଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡାର ସ୍ୱର୍ଗତ ଲିଙ୍ଗରାଜ ମିଶ୍ରଙ୍କ ସହଧର୍ମିଣୀ ଧର୍ମପରାୟଣା ଶତାୟୁ ମହିଳା ଭାର୍ଗବୀ ମିଶ୍ରଙ୍କ ତାଙ୍କ ସବା ସାନପୁଅ ଦୁଃଖିଶ୍ୟାମ ମିଶ୍ରଙ୍କ ବାସଭବନରେ ଦେହାନ୍ତ ହୋଇଛି । ୧୯୧୭ ମସିହାରେ ଜନ୍ମ ଗ୍ରହଣ କରିଥିବା ସ୍ୱର୍ଗତ ଭାର୍ଗବୀ ମିଶ୍ରଙ୍କୁ ମୃତ୍ୟୁ ବେଳକୁ ୧୦୫ ବର୍ଷ ବୟସ ହୋଇଥିଲା । ପ୍ରାଣତ୍ୟାଗ କରିବା ତିନିଦିନ ପୂର୍ବ ପର୍ଯ୍ୟନ୍ତ ସ୍ୱର୍ଗତା ମିଶ୍ର ଚଲାବୁଲା ମଧ୍ୟ କରିପାରୁଥିଲେ ବୋଲି ପରିବାର ବର୍ଗ ପ୍ରକାଶ କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କ ଶଯ୍ୟା ନିକଟରେ ତାଙ୍କ ଚାରିପୁଅ ଉପସ୍ଥିତ ରହିଥିଲେ । ଗ୍ରାମରେ ଅନୁଷ୍ଠିତ ସମସ୍ତ ଓଷା, ବ୍ରତ, ପୂଜା ପାଠରେ ପ୍ରତ୍ୟକ୍ଷ ଭାବରେ ସାମିଲ ହେଉଥିଲେ । ଜଣେ ଧର୍ମପରାୟଣା ମହିଳା ଭାବରେ ସର୍ଗୀଗୁଡା ଗ୍ରାମରେ ତାଙ୍କର ବେଶ ସୁନାମ ରହିଥିଲା । ତାଙ୍କ ବିୟୋଗରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ସର୍ଗିଗୁଡା ସରପଞ୍ଚ ନରସିଂହ କୁମାର, ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୌଡିଆ, ଯୁବନେତା ମନ୍ମୟ ଚାନ୍ଦ (ଜିତୁ), ଶରତ ନାଏକ, ସଞ୍ଜୟ ନାଏକ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.