୧୮/୨ ଶୁକ୍ରବାର ନିର୍ବାଚନ ନେଇ ନର୍ଲାରେ ବ୍ୟାପକ ପ୍ରସ୍ତୁତି

୫୬୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ତ୍ରୀ-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ୫ ଗୋଟି ପର୍ଯ୍ୟାୟରେ ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ ରେ ନିର୍ବାଚନ ହେବାକୁ ରହିଥିବା ବେଳେ ବୁଧବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଯାଇଛି । କଳାହାଣ୍ଡି ଜିଲ୍ଲାର ଧର୍ମଗଡ ସବଡିଭିଜନର ବ୍ଲକ୍ ଗୁଡିକରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇସାରିଥିବା ବେଳେ ଆସନ୍ତା ୧୮/୨ ଶୁକ୍ରବାର ନର୍ଲା ବ୍ଲକ୍ ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ନର୍ଲା ବ୍ଲକ୍ ର ୨୬ ଗୋଟି ଗ୍ରାମ ପଞ୍ଚାୟତରେ ୩୨୩ ଗୋଟି ୱାର୍ଡ ରହିଥିବା ବେଳେ ୩୭୯ ଜଣ ୱାର୍ଡସଭ୍ୟ/ସଭ୍ୟା ପ୍ରାର୍ଥୀ/ ପ୍ରାର୍ଥୀନୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେହିଭଳି ସରପଞ୍ଚ ପଦବୀ ନିମନ୍ତେ ୯୦ ଜଣ, ସମିତି ସଦସ୍ୟ ପଦବୀ ନିମନ୍ତେ ୮୬ ଜଣ ଓ ନର୍ଲାର ତିନିଗୋଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ୧୦ ଜଣ ପ୍ରାର୍ଥୀ/ ପ୍ରାର୍ଥୀନୀ ନିର୍ବାଚନୀ ମୈଦାନରେ ରହିଛନ୍ତି । ଚଳିତ ପଞ୍ଚାୟତିରାଜ ନିର୍ବାଚନରେ ନର୍ଲାରେ ସର୍ବମୋଟ ୫୬୫ ଜଣ ପ୍ରାର୍ଥୀ/ପ୍ରାର୍ଥୀନୀ ନିର୍ବାଚନି ମୈଦାନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଆସନ୍ତା ଶୁକ୍ରବାର ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ବୁଧବାର ପ୍ରଚାର ସମାପନ ହୋଇଛି । ନିର୍ବାଚନ ପାଇଁ ନର୍ଲା ନିର୍ବାଚନ ଅଧିକାରୀ ବିଡିଓ ମାନସ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ପ୍ରଶାସନ ତରଫରୁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ । ନର୍ଲା ବ୍ଲକରେ ୩୨୩ ଗୋଟି ବୁଥ୍ ପାଇଁ ୩୨୩ ଜଣ ପ୍ରିଜାଇଡିଂ ଅଧିକାରୀ ଓ ପ୍ରତି ବୁଥ୍ ପାଇଁ ଜଣେ ପ୍ରଥମ ପୁଲିଙ୍ଗ ଓ ଆଉ ଜଣେ ଦ୍ୱିତୀୟ ପୁଲିଙ୍ଗ ଅଧିକାରୀ, ନର୍ଲାର ୧୮ ଗୋଟି ବୁଥ୍ ରେ ୫୦୦ରୁ ଉଦ୍ଧ୍ୱର୍ ଭୋଟର୍ସ ରହିଥିବାରୁ ସେହି ବୁଥ ଗୁଡିକରେ ୩ୟ ପୁଲିଙ୍ଗ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିବା ସୂଚନା ମିଳିଛି । ୬୪୬ ଜଣ ପ୍ରଥମ ଓ ଦ୍ୱିତୀୟ ପୁଲିଙ୍ଗ ଅଧିକାରୀ, ଏଭଳି ମୋଟ ୧୧୯୬ ଜଣ ଅଧିକାରୀ ଗତକାଲି ବୁଧବାର ରାତି ୭ ରୁ ୧୦ ଘଣ୍ଟା ମଧ୍ୟରେ ପହଞ୍ଚିଥିଲେ । ପ୍ରତି ବୁଥର ସୁରକ୍ଷା ନିମନ୍ତେ ପୋଲିସ୍ ବାହିନୀ ତରଫରୁ ୩୨୩ ଗୋଟି ବୁଥ୍ ରେ ୩୨୩ ଜଣଙ୍କୁ ମତୟନ କରାଯାଇଥିବା ବେଳେ ସମ୍ବେଦନଶୀଳ ବୁଥ୍ ଗୁଡିକ ପାଇଁ ୪୮ ଜଣ ଫୋର୍ସ ପେଟ୍ରୋଲିଙ୍ଗ କରିବାର ବ୍ୟବସ୍ଥା ରହିଥିବା ସୂଚନା ମିଳିଛି । ଏସମସ୍ତଙ୍କ ପାଇଁ ନର୍ଲା ଆଦର୍ଶ ବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର ନର୍ଲା, ନର୍ଲା ପଞ୍ଚାୟତ ସମିତି ସରକାରୀ ହାଇସ୍କୁଲ, ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜରେ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇଥିଲା । ନର୍ଲା ପ୍ରଶାସନ ନିର୍ବାଚନ ଅଧିକାରୀ ମାନଙ୍କୁ ନେଇ ଆସିଥିବା ବସ୍ ଗୁଡିକ ନର୍ଲା ହାଇସ୍କୁଲ ପଡିଆ ଓ ବୋଲେରୋ ସବୁ ନର୍ଲା ଆଦର୍ଶ ବିଦ୍ୟାଳୟ ଓ ସରସ୍ୱତୀ ଶିଶୁ ମନ୍ଦିରରେ ପାର୍କିଂ କରିବାର ବ୍ୟସ୍ଥା ରହିଥିବା ଜଣାପଡିଛି । ନର୍ଲା ନିର୍ବାଚନ ଅଧିକାରୀ ଶ୍ରୀ ତ୍ରିପାଠୀଙ୍କ ସମେତ ସହକାରୀ ନିର୍ବାଚନ ଅଧିକାରୀ ଏବିଡିଓ ଦେବେନ୍ଦ୍ର ସାମଲ, ନର୍ଲା ବ୍ଲକ୍ ର ୩୧ ଜଣ କର୍ମଚରୀଙ୍କ ସମେତ ସେକ୍ଟର ଅଫିସର ଭାବରେ ନର୍ଲାର ସମସ୍ତ ୬ ଜଣ କନିଷ୍ଠ ଯନ୍ତ୍ରୀ, ପିଇଓ, ବ୍ଲକ୍ ଶିକ୍ଷାଧିକାରୀଙ୍କ ସମେତ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ୯ ଜଣ ଷ୍ଟାଫ୍ । ସେହିଭଳି ନର୍ଲା କୃଷି ବିଭାଗ, ଉଦ୍ୟାନ ବିଭାଗ ପ୍ରମୁଖ ବିଭାଗରୁ ୧୦୫ ଜଣ ଅଧିକାରୀ ନର୍ଲା ବ୍ଲକ୍ ନିର୍ବାଚନ ଡ୍ୟୁଟିରେ ନିୟୋଜିତ ହୋଇଛନ୍ତି । ନର୍ଲା ବ୍ଲକ୍ ନିର୍ବାଚନ ନିମନ୍ତେ ସମୁଦାୟ ୧୬୮୨ ଜଣ କର୍ମଚାରୀ ନିୟୋଜିତ ହୋଇଥିବା ଜଣାପଡିଛି । ନର୍ଲା ପୋଲିସ୍ ତରଫରୁ ମଧ୍ୟ ନିର୍ବାଚନ ଦିନ ଯେଭଳି କୌଣସୀ ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି କଡା ନଜର ରଖାଯାଇଥିବା ନର୍ଲା ପୋଲିସ୍ ତରଫରୁ ସୂଚନା ମିଳିଛି । ନର୍ଲା ବ୍ଲକ୍ ନିର୍ବାଚନ କିଭଳି ଶୃଙ୍ଖଳିତ ଭାବରେ ସମାପନ ହେବ ସେଥିପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଇଥିବା ନର୍ଲା ନିର୍ବାଚନ ଅଧିକାରୀ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.