ମାତୃଭାଷା ଦିବସ ଅବସରରେ ସାହିତ୍ୟିକ କବି ବନ୍ଧୁ ପରିବାରର ସାହିତ୍ୟ ଆସର

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ବର ତରଫରୁ ମାତୃଭାଷା ଦିବସ ଉପଲକ୍ଷେ ସାପ୍ତାହିକ କବିତା ଆସର ଓ ଆଲୋଚନା ଚକ୍ର ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ପରିବାରର ସଭାପତି ଦେବେନ୍ଦ୍ର ନାଏକ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି ସ୍ଵାଗତ ଅଭିଭାଷଣ ରଖିଥିଲେ । ସମ୍ପାଦିକା ପ୍ରଣତି ମହାପାତ୍ର ଉପସ୍ଥିତ ସମସ୍ତ ସ୍ରଷ୍ଟାଙ୍କୁ ସ୍ବାଗତ ଶୁଭେଚ୍ଛା ଜଣାଇବା ସହ ଅନୁଷ୍ଠାନର ତୃତୀୟ ଅର୍ଘ୍ୟ ଶିଖା ପର୍ଯ୍ୟାବରଣ ବିଶେଷାଙ୍କ ଉପରେ ସମ୍ୟକ୍ ଆଲୋଚନା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ମଞ୍ଚ ଉପସ୍ଥାପକ ରଞ୍ଜନ କୁମାର ମହାନ୍ତି ଅତିଥି ପରିଚୟ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଆସରରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ ଯୋଗଦେଇ ନିଜର ଦୀକ୍ଷାନ୍ତ ଅଭିଭାଷଣରେ ଓଡ଼ିଆ ଭାଷା ସାହିତ୍ୟର ବିକାଶ ସମ୍ପର୍କରେ ସମସ୍ତଙ୍କର ଭୂମିକା ଆବଶ୍ୟକ ଓ ସାହିତ୍ୟିକମାନଙ୍କୁ ଶ୍ରେଷ୍ଠ ବୋଲି ବିବେଚନା କରିଥିଲେ । ସେ ତାଙ୍କର ଶ୍ରେଷ୍ଠ ବାବ୍ୟରୁ ମହାସତୀ ଉର୍ମିଳାଙ୍କ ଉପରେ ପ୍ରଥମ ସର୍ଗ ବିସ୍ତାରିତ ଭାବରେ ବଖାଣି ଥିଲେ । ପରବର୍ତ୍ତୀ କାର୍ଯ୍ୟକ୍ରମ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଯାଜପୁର ଜିଲ୍ଲାର ପ୍ରତିମା ଶତପଥୀ, ନବରଙ୍ଗପୁରର ସାଗର କୁମାର ପରିଡ଼ା, କଟକର ମନୋରମା ମହାପାତ୍ର ପ୍ରମୁଖ ପଦ୍ମଶ୍ରୀ ହଳଧରଙ୍କ ଉପରେ କବିତା ପାଠ କରିଥିଲେ । ମୁମ୍ବାଇର ଶ୍ରୀମତୀ ସ୍ନେହ ମିଶ୍ର ଅତ୍ୟନ୍ତ ଉପାଦେୟ ମାତୃଭାଷା ଉପରେ କବିତା ପାଠ କରିବା ସହ ନିର୍ମଳ ନାୟକ , ସଦାଶିବ ଶ୍ରୀଚନ୍ଦନ, ଭରତ ଚରଣ ବେହେରା, ରମାକାନ୍ତ ମାହାଳି, ଗୀତାଞ୍ଜଳି ପୃଷ୍ଟି, ରୀତା ଅପରାଜିତା ମହାନ୍ତି, ତପନ କୁମାର ବିଶ୍ବାଳ, ନଗେନ୍ଦ୍ର କୁମାର ରାଉତ, ସଂଗ୍ରାମ କିଶୋର ପରିଡ଼ା, ବିପିନ ବିହାରୀ ବାରିକ, ପ୍ରଫୁଲ୍ଲ କୁମାର ଦାସ, ବିଶ୍ବେଶ୍ବର ମାଝୀ, ବିନୋଦିନୀ ଦାଶ, ଜିତେନ୍ଦ୍ର କୁମାର ଗିରି, ନୀଳକାନ୍ତି ପଟ୍ଟନାୟକ, ନିବାଶ ନାୟକ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ହୃଦୟ ରଞ୍ଜନ ପରିଡ଼ା, ପ୍ରଶାନ୍ତ କୁମାର ନାଥ, ରଞ୍ଜନ କୁମାର ମହାନ୍ତି, ତୃପ୍ତି ରଞ୍ଜନ ରାଉତ, ପ୍ରତାପ ଚନ୍ଦ୍ର ରାଉତ, ବାଲେଶ୍ବରରୁ ଯୁବକବି ଦେବାଶିଷ, ରତିନାରାୟଣ ରାଉତ, ନିର୍ମଳ ବାରିକ, ବଦ୍ରିନାରାୟଣ ମହାନ୍ତି, କ୍ଷଣପ୍ରଭା ସାହୁ, ଘାନାରୁ ତପନ କୁମାର ପଣ୍ଡା ଇତ୍ୟାଦି ବିଭିନ୍ନ ସ୍ଥାନର ସାହିତ୍ୟିକ ବନ୍ଧୁମାନେ ଯୋଡି ହୋଇ ମାତୃଭାଷା ଦିବସ ଉପଲକ୍ଷେ କବିତା ପାଠ କରିଥିଲେ । ବିଶିଷ୍ଟ ସାହିତ୍ୟିକ ବିପିନ ବିହାରୀ ବାରିକ କବିତା ଗୁଡିକର ସମୀକ୍ଷାୟନ ମତାମତ ରଖିଥିଲେ । ସାଗର କୁମାର ପରିଡ଼ା କବିତା ଆସରକୁ ସଂଯୋଜନା କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିବା ବେଳେ ରତିନାରାୟଣ ରାଉତ ଶାନ୍ତିପାଠ ମନ୍ତ୍ର କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.