ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ପ୍ରାର୍ଥୀନୀ ମମତା ଶବରଙ୍କ ବିଜୟ ପାଇଁ ଦେବୀ ଗବଡେନ୍ ଙ୍କ ନିକଟରେ ଦୀପ ଜାଳିଲେ ମହିଳା ଗୋଷ୍ଠୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ଆଦି ସଂସ୍କୃତିର ଏକ ମହାନ ଦେବତା ମାଁ ଗବଡେନ୍ ଙ୍କ ଗୁଡିରେ ଜଳିଲା ଦୀପ । ନିର୍ବାଚନରେ ଯେମିତି କିଛି ଗଡବଡ ନହୋଇ ମମତା ଶବର ଲାଞ୍ଜିଗଡ଼ରୋଡ ସରପଞ୍ଚ ଭାବେ ନିର୍ବାଚିତ ହେବେ ସେହି କାମନା କଲେ ଅଞ୍ଚଳର ମହିଳାମାନେ । ଫେବୃଆରୀ ୨୨ ମଙ୍ଗଳବାର ଦିନ ଚତୁର୍ଥ ପର୍ଯ୍ୟାୟରେ ଲାଞ୍ଜିଗଡ଼ ବ୍ଲକରେ ମତଦାନ ହେବ । ପାଞ୍ଚ ବର୍ଷ ପରେ ପଞ୍ଚାୟତ ପ୍ରତିନିଧି ଚୟନ କରିବାର ଅପୂର୍ବ ସୂଯୋଗ ଆସିଥିବାରୁ ମତଦାତାମାନେ ବେଶ୍ ଉତ୍ସାହିତ ଅଛନ୍ତି । ଏଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଲାଞ୍ଜିଗଡ଼ରୋଡର ରାଜନୀତି ସରଗରମ ରହିଛି । ଇତି ମଧ୍ୟରେ ନୂତନ କରି ରାଜନୀତିରେ ପାଦ ଥାପିଥିବା ଉଚ୍ଚ ଶିକ୍ଷିତ ଯୁବତୀ ମମତା ଶବରଙ୍କ ଉପରେ ସମସ୍ତଙ୍କ ନଜର କେନ୍ଦ୍ରିତ ହୋଇଛି । ଲାଞ୍ଜିଗଡ଼ରୋଡ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ମମତା ଖୋଳାବହି ଚିହ୍ନରେ ଲଢୁଛନ୍ତି । ଏକ ଗରିବ ପରିବାରରୁ ଆସିଥିଲେ ମଧ୍ୟ ଉଚ୍ଚ ବିଚାର ଓ ଦୁର୍ନୀତି ମୁକ୍ତ ପଞ୍ଚାୟତ ଗଠନ ସ୍ବପ୍ନ ଦେଖିଥିବା ମମତାଙ୍କ ପଟକୁ ଜନମତ ଢଳିଥିବା ଦେଖାଯାଇଛି । ଗରିବକୁ ଗରିବ ସାହା ଭଳି ମମତାଙ୍କ ପଛରେ ଛିଡା ହୋଇଛନ୍ତି ଅଞ୍ଚଳର ଅନେକ ଜନସାଧାରଣ । ତାଙ୍କ ମନୋବଳ ବଢାଇବାସହ ନିର୍ବାଚନର ଏହି ଧର୍ମ ଯୁଦ୍ଧରେ ବିଜୟୀ ହେବାକୁ ରବିବାର ରାତିରେ କିଡିଙ୍ଗ ଗାଁର ପ୍ରତ୍ୟକ୍ଷ ଦେବୀ ମାଁ ଗବଡେନ୍ ଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳନ କରିଛନ୍ତି ଅଞ୍ଚଳର ମହିଳା ଗୋଷ୍ଠୀ । ଜନତାଙ୍କ ଆଶିର୍ବାଦ ଓ ଦେବାଦେବୀଙ୍କ କୃପାରୁ ମମତା ନିଶ୍ଚିତ ଭାବେ ଲାଞ୍ଜିଗଡ଼ରୋଡ ସରପଞ୍ଚ ହେବେ ଓ ପଞ୍ଚାୟତର ବିକାଶ ଧାରାକୁ ଆଗେଇ ନେବେ ବୋଲି କହିଛନ୍ତି ଦୀପ ପ୍ରଜ୍ବଳନ କରିଥିବା ମହିଳାମାନେ ।

ରିପୋର୍ଟ: ଦୁଃଖିଶ୍ୟାମ ନାଗ (ନିଲେଶ), ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.