ନର୍ଲାରେ ଆରମ୍ଭ ହେଲା ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ୨୬ ଫେବୃୟାରୀ ଧାର୍ଯ୍ୟ ଦିନ ଅନୁଯାୟୀ ନର୍ଲା ବ୍ଲକ୍ ଅଧିନସ୍ଥ ନଂ-୧ ଜିଲ୍ଲା ପରିଷଦ (ପଲମ) ଜୋନରେ ରହିଥିବା ୮ ଗୋଟି ଗ୍ରାମପଞ୍ଚାୟତ ଗିଗିନା, ଘୋଡାବନ୍ଧ, ଟକର୍ଲା, ପଲମ, ଭାନପୁର, ଭୀମକେଲା, ମୁସ୍କୁଟି ଓ ରୁପ୍ରାର ୧୦୫ ଗୋଟି ବୁଥର ଭୋଟ ଗଣତି ଆରମ୍ଭ ହୋଇଯାଇଛି । ନର୍ଲା ବ୍ଲକ ପରିସରରେ ସକାଳ ୮ ଘଣ୍ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ଏଥିପାଇଁ ନର୍ଲା ବ୍ଲକ୍ ନିର୍ବାଚନ ଅଧିକାରୀ ନର୍ଲା ବିଡିଓ ମାନସ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ୮ ଗୋଟି ଗ୍ରାମ ପଞ୍ଚାୟତ ପାଇଁ ୮ ଗୋଟି ଟେବୁଲର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ନର୍ଲା ବ୍ଲକ୍, ନର୍ଲା ତହସିଲ କର୍ମଚାରୀ ଓ ଅନେକ ଅନୁଭବି ଶିକ୍ଷକଙ୍କୁ ଭୋଟ ଗଣତିରେ ୧୪୦ ଜଣ କର୍ମଚାରୀ ନିୟୋଜିତ ହୋଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଭୋଟ ଗଣତି ସମୟରେ ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ବ୍ୟାଲଟ ବାକ୍ସ ରଖାଯାଇଥିବା ଷ୍ଟ୍ରଙ୍ଗ ରୁମ ଖୋଲା ଯାଇଥିଲା । ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ଷ୍ଟ୍ରଙ୍ଗ ରୁମରୁ ଗଣତି କେନ୍ଦ୍ରକୁ ୮ଗୋଟି ପଞ୍ଚାୟତର ୧ନଂ ବୁଥ୍ ର ବ୍ୟାଲେଟ ବାକ୍ସ ଅଣାଯାଇ ଗଣତି ଆରମ୍ଭ ହୋଇଛି । ଫଳାଫଳକୁ ନେଇ ସାଧାରଣରେ ଉତ୍କଣ୍ଠା ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ନର୍ଲା ବ୍ଲକ କ୍ୟାମ୍ପସ ମଧ୍ୟରେ ଏଲଇଡି ଟିଭି ଏବଂ ବସିବା ସୁବିଧା କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.