ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ନଂ-୧ ଜିଲ୍ଲା ପରିଷଦ (ପଲମ) ଜୋନ ରେ ରହିଥିବା ୮ ଗୋଟି ଗ୍ରାମ ପଞ୍ଚାୟତ ଗିଗିନା, ଘୋଡାବନ୍ଧ, ଟକର୍ଲା, ପଲମ, ଭାନପୁର, ଭୀମକେଲା, ମୁସ୍କୁଟି ଓ ରୁପ୍ରା ଗ୍ରାମ ପଞ୍ଚାୟତର ୧୦୫ ଗୋଟି ବୁଥର ଭୋଟ ଗଣତି ଆରମ୍ଭ ହୋଇ ଫଳାଫଳ ପ୍ରକାଶ ପାଇଛି । କଳାହାଣ୍ଡି ପିଡ଼ି ଡିଆରଡିଏ ସୌମେଶ ଉପାଧ୍ୟାୟ ନର୍ଲା ଆସି ଭୋଟ ଗଣନା ପରିଦର୍ଶନ କରି କିଛି ନିର୍ଦ୍ଦେଶ ଦେବା ସହ ଭୋଟ ଗଣନା ବ୍ୟବସ୍ଥା ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ୱାଡ଼ ସଭ୍ୟ ମାନଙ୍କ ଫଳାଫଳ ପ୍ରକାଶ ପାଇସାରିଛି । ଦ୍ବିତୀୟ ବୁଥ ଭୋଟ ଗଣନା ଆରମ୍ଭ ହେଉଛି । ଏଥିପାଇଁ ନର୍ଲା ବ୍ଲକ୍ ନିର୍ବାଚନ ଅଧିକାରୀ ନର୍ଲା ବିଡିଓ ମାନସ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ୮ ଗୋଟି ଗ୍ରାମ ପଞ୍ଚାୟତ ପାଇଁ ୮ ଗୋଟି ଟେବୁଲର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ନର୍ଲା ବ୍ଲକ୍, ନର୍ଲା ତହସିଲ କର୍ମଚାରୀ ଓ ଅନେକ ଅନୁଭବି ଶିକ୍ଷକଙ୍କୁ ଭୋଟ ଗଣତିରେ ୧୪୦ ଜଣ କର୍ମଚାରୀ ନିୟୋଜିତ ହୋଇଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଭୋଟ ଗଣତି ସମୟରେ ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ବ୍ୟାଲଟ ବାକ୍ସ ରଖାଯାଇଥିବା ଷ୍ଟ୍ରଙ୍ଗ ରୁମ ଖୋଲି ଗ୍ରାମ ପଞ୍ଚାୟତ ଅନୁଯାୟୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ ନଂ- ୧ ବୁଥରୁ ଆରମ୍ଭ କରି ଶେଷ ବୁଥ୍ ଯାଏଁ ପ୍ରତି ଗ୍ରାମ ପଞ୍ଚାୟତ ପାଇଁ ଉଦ୍ଦିଷ୍ଟ ଟେବୁଲରେ ବ୍ୟାଲଟ ବାକ୍ସ ରଖାଯିବା ସହ ଭୋଟ ଗଣନା କାରୀ ପାଞ୍ଚଜଣ କର୍ମଚାରୀ ପ୍ରାର୍ଥୀ ମାନଙ୍କ ଏଜେଣ୍ଟ ମାନଙ୍କ ଉପସ୍ଥିତିରେ ବ୍ୟାଲଟ ବାକ୍ସର ଜଉମୁଦ ଖୋଲି ସଂମ୍ପୃକ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଦସ୍ୟ, ୱାର୍ଡ ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ ମାନଙ୍କ ଭୋଟ ପ୍ରକାଶ ପାଇବାରେ ଲାଗିଛି । ଏବଂ ଭୋଟ ଗଣତି ପ୍ରକ୍ରୀୟାର ପ୍ରତି ରାଉଣ୍ଡରେ ନିର୍ବାଚନ ଅଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଡାକବାଜୀ ଯନ୍ତ୍ର ମାଧ୍ୟମରେ ଫଳାଫଳ ଘୋଷଣା ଚାଲିଛି । ପ୍ରଥମ ରାଉଣ୍ଡ ରେ ବିଜେଡି ପ୍ରାର୍ଥୀ ଲିଡ୍ ରେ ଥିବା ଜଣାପଡିଛି ।