କୋକସରା: ପ୍ରଥମ ପର୍ଯ୍ୟାୟ ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ନଂ ୧ ଜିଲ୍ଲାପରିଷଦ (ଆମପାଣି) ଜୋନରେ ରହିଥିବା ୮ ଗୋଟି ଗ୍ରାମପଞ୍ଚାୟତ, ଆମପାଣି, କାଉଡୋଳା, ଗୋତୋମୁଣ୍ଡା, ଡୁଡୁକା ଠେଙ୍ଗା, ପୋଡାଗୁଡା, ବଡ଼ ପୋଡାଗୁଡା, ବରଡ଼ଙ୍ଗା, ମହିମା, ଗ୍ରାମ ପଞ୍ଚାୟତ ର ୯୨ ବୁଥରେ ଭୋଟ ଗଣତି ଆରମ୍ଭ ହୋଇ ପ୍ରଥମ ରାଉଣ୍ଡର ଫଳାଫଳ ପ୍ରକାଶ ପାଇଛି । ୱାର୍ଡ ସଭ୍ୟ ମାନଙ୍କ ଫଳାଫଳ ପ୍ରକାଶ ପାଇଛି । ଦ୍ୱିତୀୟ ବୁଥ ଭୋଟ ଗଣନା ଆରମ୍ଭ ହୋଇଯାଇଛି । କୋକସରା ବ୍ଲକ ନିର୍ବାଚନ ଅଧିକାରୀ ମନୀଷା ଦାସଙ୍କ ନେତୃତ୍ୱରେ ୮ ଗୋଟି ପଞ୍ଚାୟତ ପାଇଁ ୮ ଗୋଟି ଟେବୁଲ ବ୍ୟବସ୍ଥା କରାଯାଇଛି । ଭୋଟଗଣତି ସମୟରେ ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ବ୍ୟାଲେଟ ବକ୍ସ ରଖାଯାଇଥିବା ଷ୍ଟ୍ରଙ୍ଗ ରୁମ ଖୋଲି ଗ୍ରାମପଞ୍ଚାୟତ ଅନୁଯାଇ ଗ୍ରାମପଞ୍ଚାୟତ ଅଧିନସ୍ଥ ନଂ ୧ ବୁଥରୁ ଆରମ୍ଭ କରି ଶେଷ ବୁଥ ଯାଏଁ ପ୍ରତି ଗ୍ରାମପଞ୍ଚାୟତ ପାଇଁ ଉଦ୍ଧିଷ୍ଟ ଟେବୁଲ ରେ ବ୍ୟାଲେଟ ବକ୍ସ ରଖାଯିବା ସହ ଭୋଟ ଗଣନା କାରୀ ପାଞ୍ଚଜଣ କର୍ମଚାରୀ ପ୍ରାର୍ଥୀ ମାନଙ୍କ ଏଜେଣ୍ଟ ମାନଙ୍କ ଉପସ୍ଥିତ ରେ ବ୍ୟାଲେଟ ବକ୍ସ ର ଜଉମୁଦ ଖୋଲି ସମ୍ପୃକ୍ତ ଗ୍ରାମପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ମାନଙ୍କ ଭୋଟ ପ୍ରକାଶ ପାଇବାରେ ଲାଗିଛି । ଭୋଟ ଗଣତି ପ୍ରକ୍ରିୟା ର ସମସ୍ତ ରାଉଣ୍ଡରେ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଫଳାଫଳ ଘୋଷଣା ହେଉଛି । ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୧୦୬, ବିଜେପି ୭୦୫, କଂଗ୍ରେସ ୧୭୩ ଭୋଟ ପାଇଛନ୍ତି । ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ଥିବା ସୂଚନା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.