ଚାଲିଛି ଭୋଟ ଗଣତି, ହେଉଛି ଫଳାଫଳ ଘୋଷଣା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଚାଲିଛି । ଆଜି ୨୬ ଫେବୃଆରୀ ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ ଗଣତି ନର୍ଲା ନିର୍ବାଚନ ଅଧିକାରୀ ତଥା ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କ ପ୍ରତକ୍ଷ ତତ୍ବାବଧାନରେ ଶୃଙ୍ଖଳିତ ଭାବରେ ଚାଲିଛି । ନର୍ଲା ଜୋନ୍-୧ ଜିଲ୍ଲା ପରିଷଦ (ପଲମ) ଜୋନ ରେ ରହିଥିବା ୮ ଗୋଟି ଗ୍ରାମ ପଞ୍ଚାୟତ ଗିଗିନା, ଘୋଡାବନ୍ଧ, ଟକର୍ଲା, ପଲମ, ଭାନପୁର, ଭୀମକେଲା, ମୁସ୍କୁଟି ଓ ରୁପ୍ରା ଗ୍ରାମ ପଞ୍ଚାୟତର ୧୦୫ ଗୋଟି ବୁଥର ଭୋଟ ଗଣତି ଆରମ୍ଭ ହୋଇ ଫଳାଫଳ ପ୍ରକାଶ ପାଉଛି । କଳାହାଣ୍ଡି ପିଡ଼ି ଡିଆରଡିଏ ସୌମେଶ ଉପାଧ୍ୟାୟ ନର୍ଲା ଆସି ଭୋଟ ଗଣନା ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଛନ୍ତି । ଓ୍ବାର୍ଡ ଓ୍ବାଇଜ ଓ୍ବାର୍ଡ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ ମାନଙ୍କ ଫଳାଫଳ ଘୋଷଣା ହେଉଛି । ଏହାରି ଭିତରେ ଜିଲ୍ଲା ପରିଷଦ ସଦସ୍ୟ ଆସନ ଉପରେ ସମସ୍ତଙ୍କ ନଜର କେନ୍ଦ୍ରିତ ହୋଇଛି । ଦ୍ବିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି । ଦ୍ବିତୀୟ ରାଉଣ୍ଡରେ ବିଜେଡି ୧୭୧୮, ବିଜେପି ୧୩୧୬, କଂଗ୍ରେସ ୬୭୬ ଓ ଆପ୍ ଖାତାକୁ ୧୯୫ ଭୋଟ ଆସିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.