ନର୍ଲା-୧ ଜୋନର ଫଳାଫଳ ଘୋଷଣା: ଜାଣନ୍ତୁ, କିଏ କେଉଁ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଭାବେ ହେଲେ ନିର୍ବାଚିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ୧ନଂ ଜିଲ୍ଲା ପରିଷଦ (ପଲମ) ଜୋନର ଭୋଟ ଗଣତି ଶନିବାର ସକାଳ ୮ ଘଣ୍ଟା ସମୟରେ ଆରମ୍ଭ ହୋଇ ରାତି ୧୦ ଘଣ୍ଟା ସମୟରେ ସରିଛି । ନର୍ଲା ନଂ- ୧ ଜିଲ୍ଲା ପରିଷଦ ଜୋନରେ ରହିଥିବା ୮ ଗୋଟି ଗ୍ରାମ ପଞ୍ଚାୟତର ୧୦୫ ଗୋଟି ବୁଥର ଭୋଟ ଗନତି ୧୩ ଗୋଟି ପର୍ଯ୍ୟାୟରେ ସମାପନ ହୋଇ ଫଳାଫଳ ଘୋଷଣା ହୋଇଛି । ଗିଗିନା ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବରେ ସୁଧାମୟୀ କୁମାର ଓ ସମିତି ସଦସ୍ୟ ଭାବରେ ବନିତା ନାଏକ ନିର୍ବାଚିତ ହୋଇଥିବା ବେଳେ ଘୋଡାବନ୍ଧ ଗ୍ରାମ ପଞ୍ଚାୟତର ସରପଞ୍ଚ ରଶ୍ମୀତା ସାହୁ ଓ ସମିତି ସଦସ୍ୟ ସୁମନ୍ତ ପଧାନ, ସେହିଭଳି ଟକର୍ଲା ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବରେ ରାମଚନ୍ଦ୍ର ସାହୁ ଓ ସମିତି ସଦସ୍ୟ ଭାବରେ ବୁଇରାଣୀ ରାଉତ, ପଲମ ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବରେ ହେମକିଶୋର ନାଗ ଓ ସମିତି ସଦସ୍ୟ ଭାବରେ ଭକ୍ତି ନାଗ, ଭାନପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବରେ ଅନ୍ତରାମ ମାଝୀ ଓ ସମିତି ସଦସ୍ୟ ଭାବରେ ତୁଳସା ମାଝୀ, ଭୀମକେଲା ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବରେ ଜାନକୀ ଗଉଡ଼ ଓ ସମିତି ସଦସ୍ୟ ଭାବରେ ସୁମିତ୍ରା ମାଝୀ, ମୁସ୍କୁଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବରେ ସଂଜୁଳତା ଭୋଇ ଓ ସମିତି ସଦସ୍ୟ ଭାବରେ ବିରେନ୍ଦ୍ର ପାତ୍ର, ରୁପ୍ରା ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବରେ ଡଲି ବେହେରା ଓ ସମିତି ସଦସ୍ୟ ଭାବରେ ସଶ୍ମିତା ବିଶ୍ୱାଳ ନିର୍ବାଚିତ ହୋଇଥିବା ଜଣାପଡିଛି । ବିଜେଡି ପ୍ରାର୍ଥୀନୀ ଜିଲ୍ଲା ପରିଷଦ ସଦସ୍ୟା ନମ୍ରତା ସାହୁ ୯୫୯୪ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀନୀ ସଞ୍ଜୁ ସାହୁ ୭୦୯୯ ଖଣ୍ଡ ଭୋଟ ପାଇଛନ୍ତି । ବିଜେଡି ପ୍ରାର୍ଥୀନୀ ନମ୍ରତା ୨୪୯୫ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ଘୋଷିତ ହୋଇଛନ୍ତି । ରବିବାର ନଂ- ୨ ଜିଲ୍ଲା ପରିଷଦ (ସରିଆଁ ଜୋନ) ର ୧୦ ଗୋଟି ଗ୍ରାମ ପଞ୍ଚାୟତର ଭୋଟ ଗଣତି ହେବ । ଏଥିରେ ୪୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.